Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଅମ୍ଫାନର ତାଣ୍ଡବଲୀଳା ବେଳେ ଦମକଳ ଗାଡ଼ିରେ ଶିଶୁ କନ୍ୟା ଜନ୍ମ: କର୍ମଚାରୀଙ୍କ ଅନନ୍ୟ ସାହାସ ଓ ସେବାକୁ ମୁଖ୍ୟମନ୍ତ୍ରୀ କହିଲେ ସାବାସ୍

20/05/2020 at 8:47 PM

କେନ୍ଦ୍ରାପଡା ୨୦।୦୫:  ପ୍ରକୃତି ତାଣ୍ଡବ ରଚୁଥିଲା । ସୁ..ସୁ.. ହୋଇ ଗର୍ଜୁଥିଲା ପବନ । ବର୍ଷା ବି ଛେଛୁଥିଲା। ବଡ଼ ବଡ଼ ଗଛ ପଡ଼ି ରାସ୍ତା ବନ୍ଦ । ସାଧାରଣ ମଣିଷଟିଏ ବାହାରକୁ ବାହାରିବା କଥା ଭାବି ବି  ପାରିବନି । ତେବେ  ପ୍ରତିକୂଳ ପରିସ୍ଥିତିରେ ଦମକଳ ଗାଡ଼ିରେ ଶିଶୁ କନ୍ୟାଟିଏ ଜନ୍ମ ଦେଇଛନ୍ତି କେନ୍ଦ୍ରାପଡ଼ା ଯହଁରା ଗାଁର ଜାନକୀ ସେଠୀ। ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି।  ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଅଗ୍ନିସେବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ବାତ୍ୟା ଅମ୍ଫାନ ଯୋଗୁଁ ପ୍ରକୃତି ଅଶାନ୍ତ ହୋଇ ଉଠିଥିଲା। ପବନ ଯେମିତି ବର୍ଷା ସେମିତି । ବାହାରକୁ ବାହାରିବା କଥା ଛାଡ଼ନ୍ତୁ । ଝରକା ଫାଙ୍କରୁ ପ୍ରକୃତିର ଉଗ୍ର ରୂପ ଦେଖିଲା ବେଳକୁ ଲୋମ ଟାଙ୍କୁରି ଉଠୁଥିଲା। ଆଉ ଏତିକି ବେଳେ   କେନ୍ଦ୍ରାପଡ଼ା ମହାକାଳପଡ଼ା ଯହଁରା ଗାଁର ଜାନକୀ ସେଠୀଙ୍କ  ପ୍ରସବ ବେଦନା ଆରମ୍ଭ ହୋଇସାରିଥିଲା ।ଗଛ ପଡ଼ି ରାସ୍ତା ଅବରୋଧ ଯୋଗୁଁ ଆମ୍ବୁଲାନ୍ସ ଆସିବା ଅସମ୍ଭବ ହୋଇପଡ଼ିଲା । ଆଉ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲା । ଦମକଳ ଗାଡ଼ିରେ ଡାକ୍ତରଖାନା ଆସିବା ବାଟରେ ହିଁ  ନିଜର ପ୍ରଥମ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ଜାନକୀ । ପ୍ରକୃତି ଅଶାନ୍ତ ବେଳେ ହଠାତ୍ ଶୁଭିଥିଲା କୁଆଁ କୁଆଁ ଶବ୍ଦ।

ଅଗ୍ନିଶମ ବାହିନୀର ୨ଟି ଟିମ୍ ସୂଚନା ପାଇବା ମାତ୍ରେ ବାହାରି ପଡ଼ିଥିଲା ଗାଁ ଅଭିମୁଖେ । ବର୍ଷା, ଝଡ଼ ତୋଫାନ ସେମିତି ଚାଲିଥାଏ । ରାସ୍ତାରେ ଭାଙ୍ଗିପଡ଼ିଥିବା ୨୨ଟି ଗଛ  ସଫା କରି ଅଗ୍ନିଶମ ବାହିନୀ ପହଞ୍ଚିଥିଲା ସହାୟତା ପାଇଁ । ଦମକଳ ଗାଡ଼ିରେ ପ୍ରସବ ହୋଇଥିଲେ ବି ଉଭୟ ଜାନକୀ ଏବଂ ତାଙ୍କ ଝିଅ ସୁସ୍ଥ ଅଛନ୍ତି । ତେବେ ସେମାନଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କୌଣସି ମହିଳା ନଥିଲେ ଦମକଳ ଗାଡ଼ି ଭିତରେ । ତଥାପି ଅଗ୍ନିଶମ ବାହିନୀର ତତ୍ପରତା ଏବଂ ସହାୟତା ଯୋଗୁଁ  ନିରାପଦ ମାତୃତ୍ବ ଲାଭ କରିଛନ୍ତି ଜାନକୀ।

ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ବାତ୍ୟା ‘ଅମ୍ଫନ୍’ ସମୟରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଓଡ଼ିଶା ଅଗ୍ନିଶମ ବାହିନୀର ଏପରି ଉତ୍ସର୍ଗୀକୃତ ମାନବୀୟ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ। ନିଷ୍ଠାପର ଉଦ୍ୟମ ବଳରେ ମା’ ଓ ଶିଶୁର ଜୀବନ ରକ୍ଷା କରିଥିବା ସମସ୍ତ ଅଗ୍ନିସେବା କର୍ମଚାରୀଙ୍କୁ ମୋର ସାଧୁବାଦ। ନବଜନ୍ମିତ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

   Related Posts