Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ପାରାଦୀପଠାରୁ ୯୯୦ କିଲୋମିଟର ଦୂରରେ ‘ଅମ୍ଫାନ୍’, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା

17/05/2020 at 11:08 AM

ଭୁବନେଶ୍ବର ୧୭।୫: ବାତ୍ୟା ରୂପ ନେବା  ପରେ ସ୍ଥଳଭାଗ ମୁହାଁ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ଅମ୍ଫାନ’ । ତେବେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପଠାରୁ ୯୯୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବ । ପରବର୍ତ୍ତୀ  ୧୨ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେବ ।  ତେବେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାତ୍ୟା ‘ଅମ୍ଫାନ’ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ହୋଇ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ-ବାଂଲାଦେଶ ସୀମାନ୍ତର ସାଗର ଦ୍ବୀପ ଏବଂ ହାତିୟା ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ୍  କରିବ ।

ତେବେ  ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’ ତୀବ୍ରତା  ଗତବର୍ଷ ମେ’ ମାସରେ ଯାଇଥିବା ‘ଫନି’ ବାତ୍ୟାଠାରୁ କମ୍ ରହିବ ବୋଲି ଆକଳନ କରାଯାଉଛି । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ହୋଇପାରେ । ତେବେ ବାତ୍ୟାର ପରିଧି ୫୦୦ କିଲୋମିଟର ପରିବ୍ୟାପ୍ତ ହୋଇଥିବା ବେଳେ ଏହାର କୋର୍ ଅଞ୍ଚଳଟି ୧୦୦କିଲୋମିଟର ପରିବ୍ୟାପ୍ତ ଥାଏ ।  ଅର୍ଥାତ୍ ଏହା ଓଡିଶା ଉପକୂଳକୁ ନଛୁଇଁଲେ ମଧ୍ୟ ସାମୁଦ୍ରିକ ଝଡ ‘ଅମ୍ଫାନ’ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ବଢିବାର ସମ୍ଭାବନା ରହିଛି । ୧୮ତାରିଖରୁ ଉତ୍ତର ଓଡିଶାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ୧୯ରେ ବର୍ଷା ସହିତ ବଢିବ ପବନ ।

୧୯ ତାରିଖ ସଂଧ୍ୟା ବେଳକୁ ପବନର ବେଗ ୭୫ରୁ ୮୫ କିଲୋମିଟର ହୋଇପାରେ । ଏହାର ପ୍ରଭାବରେ ଉତ୍ତର ଓଡିଶାର ୪ଟି ଜିଲ୍ଲା ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଅଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଥିବା ବେଳେ ଅଧିକ ପ୍ରଭାବିତ ହେବାକୁ ୪ଟି ଜିଲ୍ଲାରେ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତ କରିଛନ୍ତି ସରକାର ।

   Related Posts