ସମୁଦ୍ରରେ ସୁପର ସାଇକ୍ଲୋନରେ ପରିଣତ ହେଲା ଅମ୍ଫାନ, ଆଜି ସନ୍ଧ୍ୟାରୁ ରାଜ୍ୟରେ ବର୍ଷା

Published By : Prameya-News7 Bureau | May 18, 2020 IST

ଭୁବନେଶ୍ୱର ୧୮।୦୫: ସମୁଦ୍ର ଭିତରେ ସୁପର ସାଇକ୍ଲୋନରେ ପରିଣତ ହୋଇଛି ଅମ୍ଫାନ । ଯାହାର ପ୍ରଭାବରେ ଆଜି ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ହେବ । ତେବେ ୧୯ ଏବଂ ୨୦ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ । ସେହିପରି ୨୦ ତାରିଖରେ ପବନର ବେଗ ବଢ଼ିବ । ୨୦ ତାରିଖରେ  ଘଣ୍ଟାପ୍ରତିପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବା ସମ୍ଭାବନା । ମହାବାତ୍ୟା ଅମ୍ଫାନ ପ୍ରଭାବ ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପଡ଼ିବ ବୋଲି କହିଛନ୍ତି SRC ।

ଉତ୍ତର ଓ ଉପକୂଳ ଓଡ଼ିଶାର ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ, ପାରାଦୀପ, ଧାମରା, ଭିତରକନିକା, ବାଲେଶ୍ବରରେ  ବାତ୍ୟା ପ୍ରଭାବ ଅଧିକ ରହିବ । ମହାବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜିଠାରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ନେଇ ଜିଲ୍ଲାପାଳ ମାନଙ୍କୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯିବା ସହିତ ମୋଟରଚାଳିତ ଡଙ୍ଗା, ଟ୍ରଲର ବାନ୍ଧି ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଶକ୍ତି, ପୂର୍ତ୍ତ ଏବଂ ଜଙ୍ଗଲ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାବାତ୍ୟାର ମୁକାବିଲା ତଥା ଉଦ୍ଧାର କାର୍ଯ୍ୟ ପାଇଁ ଉପକୂଳ ଅଞ୍ଚଳରେ ଉଭୟ NDRF ଏବଂ ODRAF ଟିମ୍ ମୁତୟନ କରାଯାଇଛି। କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି SRC । ଜରୁରୀ କାଗଜପତ୍ର, ସାର୍ଟିଫିକେଟ୍ ନିଜ ସହ ନେଇ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହା ସହିତ ବାତ୍ୟା ଆଶ୍ରୟସ୍ଥଳଳୀରେ ରହୁଥିବା ଲୋକ ସାମାଜିକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.