Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ତୀବ୍ର ଗତିରେ ଘୁର୍ଣ୍ଣିଝଡର ରୂପ ନେଉଛି ଅବପାତ, ଘଣ୍ଟା ପ୍ରତି ୧୪୦ କିମି ବେଗରେ ବହିପାରେ ପବନ : ସିଇସି

16/05/2020 at 8:25 PM

ଭୁବନେଶ୍ୱର, ୧୬।୦୫:  ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସକାଳେ ସାଢେ ୮ଟା ସୁଦ୍ଧା  ଅବପାତରେ ପରିଣତ ହୋଇ ପାରାଦ୍ୱୀପର ଦକ୍ଷିଣକୁ ୧୦୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି ।

ଶନିବାର ରାତିସୁଦ୍ଧା ଏହି ଅବପାତ ତୀବ୍ରଗତିରେ ଘୁର୍ଣ୍ଣିଝଡର ରୂପ ନେବାସହ ମେ ୧୭ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ତେବେ ମେ ୨୦ ତାରିଖରେ ଏହା   ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା ବେଳେ  ଏହି ଘୁର୍ଣ୍ଣିଝଡ଼ର ଗତିପଥ ଉତ୍ତର -ଉତ୍ତର ପୂର୍ବ ଦିଗକୁ ରହିବ ବୋଲି ସିଇସିର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଡ଼ଃ ସାହୁ କହିଛନ୍ତି ଏହା ମେ ୧୯ ତାରିଖ ପର୍ଯ୍ୟନ୍ତ ପୂର୍ବ ଉପକୂଳ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁଁହାଇ ଥିବା ବେଳେ ଓଡିଶା ଉପକୂଳର ନିକଟବର୍ତ୍ତି ହେବା ସହ ୧୯ ରାତିରେ ପୁରୀ ଓ ବାଲେଶ୍ୱର ମଧ୍ୟରେ ଏହାର ପ୍ରଭାବ ଦେଖାଯିବ । ଏହି ବାତ୍ୟା ଉତ୍ତର ଓଡିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଛୁଇଁପାରେ ବୋଲି ମଧ୍ୟ ଆକଳନ କରିଛି ସିଇସି।

ତେବେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରକୃତ ରୂପରେଖ ରବିବାର ସକାଳେ ଜଣାପଡିବ ବୋଲି ଡ଼ଃ ସାହୁ କହିଛନ୍ତି  ଯଦି ଏହି ବାତ୍ୟା ଓଡିଶା ଉପକୂଳ ନିକଟବର୍ତ୍ତି ହୋଇ ଗତି କରେ ତେବେ ମେ ୧୯ ତାରିଖ ରାତି ଏବଂ ୨୦ ତାରିଖ ସକାଳେ ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ରହିବ ମାତ୍ର ଯଦି ଏହା ଓଡିଶା ଉପକୂଳ ଛୁଇଁବ ତେବେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୦ ରହିପାରେ ବୋଲି ସିଇସି ଆକଳନ କରିଛି। ଏହା ଅତି ଭୟଙ୍କର ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ମଧ୍ୟ କହିଛନ୍ତି ଡ଼ଃ ସାହୁ କହିଛନ୍ତି।

ଏହାର ପ୍ରଭାବରେ ମେ ୧୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ମଧ୍ୟମ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମେ ୧୯ ଏବଂ ୨୦ ତାରିଖରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୁରଭଞ୍ଜ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ନୟାଗଡ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳରେ ମଧ୍ୟମ  ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିଵା ଡ଼ଃ ସାହୁ କହିଛନ୍ତି।

   Related Posts