ଚାଷ ଉଜାଡିଦେଲେ ଅମ୍ଫାନ୍‌, ଚିନ୍ତାରେ ଚାଷୀକୂଳ

Published By : Prameya-News7 Bureau | May 21, 2020 IST


ଭଦ୍ରକ ୨୧।୦୫: ଅମ୍ଫାନ ବାତ୍ୟା ଓଡିଶା ଉପକୂଳ ଅତିକ୍ରମ କରିଲା ବେଳେ, ଏହାର ପ୍ରଭାବ ସିଧାସଳଖ ପଡିଛି ଚାଷୀଙ୍କ ଉପରେ । ପବନ ଓ ବର୍ଷା ମାଡ଼ରେ ବିଭିନ୍ନ ପ୍ରକାର ଚାଷ କ୍ଷୟକ୍ଷତି ହୋଇଛି । ଶହ ଶହ ହେକ୍ଟର ରେ ହୋଇଥିବା ଧାନ ଚାଷ ପବନ ରେ ଶୋଇଯିବା ସହ ତା ଉପରେ ବର୍ଷା ପାଣି ବୁଡି ରହିଛି । ଫଳରେ ଧାନ ଗଜା ହେବା ସହ ନଷ୍ଟ ହେବା ଆଶଙ୍କାରେ ଚାଷୀକୂଳ ।

{"id":273476,"sizeSlug":"large"}

ଚାରି ମାସ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଏହି ଧାନ ଫସଲ କରିଥିଲେ ଚାଷୀ । କେବଳ ଧାନ ନଷ୍ଟ ହୋଇନାହିଁ ତା ସହ ପନି ପରିବା, ଆଖୁ ଓ ବିଭିନ୍ନ ପ୍ରକାର ଡାଲି ଜାତୀୟ ଶସ୍ୟ ନଷ୍ଟ ହୋଇଥିବା ସୂଚନା ମିଳିଛି । କରୋନା କଟକଣା ଜାରି ହୋଇଥିବା ସ୍ଵତ୍ବେ ଚାଷୀ ମାନେ ବିଭିନ୍ନ ଉପାୟରେ ବିଭିନ୍ନ କୀଟନାଶକ ବିଷ ଓ ସାର ପ୍ରୟୋଗ କରି ଧାନ ଚାଷ କରିଥିଲେ । କିନ୍ତୁ ଠିକ ଅମଳ ସମୟରେ ବାତ୍ୟା ଅମ୍ଫାନ ସେମାନଙ୍କ ମୁହଁ ରୁ ଛଡାଇନେଇଛି ସୁଖ। ବାତ୍ୟା ଛାଡ଼ିଯିବା ପରେ ଚିନ୍ତାରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.