ଅମ୍ଫାନ ଚ୍ୟାଲେଞ୍ଜ : ବାତ୍ୟା ମୁକାବିଲା ଦକ୍ଷତାର ପୁଣିଥରେ ପ୍ରମାଣ ଦେଲା ଓଡିଶା ପ୍ରଶାସନ

Published By : Prameya-News7 Bureau | May 20, 2020 IST

ଭୁବନେଶ୍ୱର ୨୦/୦୫ : ଗୋଟେ ପଟେ କରୋନା ଯୁଦ୍ଧ । ଆଉ ଗୋଟେ ପଟେ ବାତ୍ୟା ଅମ୍ଫାନର ମୁକାବିଲା । ରାଜ୍ୟ ସରକାରଙ୍କ ପାଇଁ ସୃଷ୍ଟି କରିଥିଲା ବଡ଼ ଚାଲେଂଜ ।  ଅମ୍ଫାନ୍‌ର ମୁଭମେଣ୍ଟକୁ ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉପକୂଳ ଓଡ଼ିଶାରେ ବାତ୍ୟାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଥିଲେ ରାଜ୍ୟ ସରକାର । ବିପଦ ଛୁଇଁବା ପୂର୍ବରୁ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ପ୍ରଭାବିତ ହେବାକୁ ଥିବା ଅଂଚଳରେ ଏନଡିଆରଏଫ, ଓଡ୍ରାଫ୍‌, ଅଗ୍ନିଶମ ବାହିନୀଙ୍କୁ ତୟାର ରଖାଯାଇଥିଲା ।

{"id":273104,"sizeSlug":"large"}

ବାତ୍ୟା ଅମ୍ଫାନ୍‌କୁ ନେଇ ଭାରତୀୟ ପାଣିପାଗ ବିଭାଗର ପ୍ରତ୍ୟେକଟି ସୂଚନାକୁ ବେଶ୍‌ ଗୁରୁତ୍ବ ଦେଇ ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଥିଲେ ରାଜ୍ୟ ସରକାର । ବାରମ୍ବାର ପ୍ରସ୍ତୁତିର ସମୀକ୍ଷା କରିବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଥିଲା ।

{"id":273105,"width":576,"height":324,"sizeSlug":"large"}

ଯେଉଁ ଅଂଚଳରେ ଅଧିକ ପବନ ଓ ବର୍ଷାର ସମ୍ଭାବନା ଥିଲା ସେହି ଅଂଚଳରେ ଲୋକଙ୍କୁ ସୁରକ୍ଷା ଦେବାକୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ସମୁଦ୍ର ଉପକୂଳରୁ ୫କିଲୋମିଟର ପର୍ଯ୍ୟନ୍ତ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଥିଲା ଜିଲ୍ଲା ପ୍ରଶାସନ ପାଇଁ ମୁଖ୍ୟ ଚାଲେଂଜ୍‌ । ୧୯ ଅପରାହ୍ଣରୁ ଆରମ୍ଭ କରାଯାଇଥିଲା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା । ରାତି ୧୧ଟା ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ  ପ୍ରାୟ ଲକ୍ଷେ ୬ହଜାର ଲୋକଙ୍କୁ ସ୍ଥାନୀୟ ଅଂଚଳରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ନିଆଯାଇଥିଲା । ଯେଉଁଠି ସେମାନଙ୍କ ରହିବା ଓ ଖାଇବାପିଇବା ବ୍ୟବସ୍ଥା କରାଯାଇଥିଲା ।ପ୍ରଭାବିତ ଆଶଙ୍କା ଥିବା ଅଂଚଳରେ ଗର୍ଭବତୀ ମହିଳାମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ।      

{"id":273106,"sizeSlug":"large"}

ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ଏନଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ, ବନ ବିଭାଗ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା । ପବନ ଯୋଗୁଁ ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ଦୀର୍ଘ ସମୟ ରାସ୍ତା ଅବରୋଧ  ନହୁଏ ସେଥି ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା । କେନ୍ଦ୍ରାପଡ଼ାରେ ପବନବର୍ଷା ସମୟରେ  ରାସ୍ତାରୁ ୨୨ଟି ଗଛ ହଟାଇ ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ଘଟଣା ପ୍ରଶାସନିକ ପୂର୍ବ ପ୍ରସ୍ତୁତିର ଏକ ବଡ଼ ଉଦାହରଣ ଭାବେ ନିଆଯାଇପାରେ । ସେହିଭଳି ବାତ୍ୟା ଯିବା ପରେ ପ୍ରଭାବିତ ଅଂଚଳରେ ବିଦ୍ୟୁତ୍‌ ରିଷ୍ଟୋରେସନ ହେଉ କି ପିଇବା ପାଣି ଯୋଗାଇବା ସେସବୁ ପ୍ରତି ମଧ୍ୟ ଗୁରୁତ୍ବ ଦେଇଥିଲେ ସରକାର ।

{"id":273107,"width":582,"height":326,"sizeSlug":"large"}

ପ୍ରଥମ ଥର ପାଇଁ ବାତ୍ୟା ପ୍ରଭାବିତ ଅଂଚଳରେ ଗଛକାଟି ରାସ୍ତା ସଫା କାମରେ ବନବିଭାଗ ଟିମ୍‌କୁ ନିୟୋଜିତ କରାଯାଇଥିଲା । ଗ୍ରାଉଣ୍ଡ ଜିରୋରେ ପ୍ରାୟ ୩ହଜାରରୁ ଅଧିକ କର୍ମଚାରୀ ବାତ୍ୟା ମୁକାବିଲା କାର୍ଯ୍ୟରେ ଲାଗିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.