ଆମ୍ଫାବାଲି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ପୋତା ଯାଇଥିବା ଅବସ୍ଥାରେ ଠାବ କଲେ ସୁରକ୍ଷାକର୍ମୀ

Published By : Prameya-News7 Bureau | February 23, 2020 IST

କୋରାପୁଟ ୨୩।୦୨: ସୁରକ୍ଷାକର୍ମୀଙ୍କ ସଫଳତା । ଆମ୍ଫାବାଲି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଥିବା ସୂଚନା । କୋରାପୁଟ ଜିଲ୍ଲା ଆମ୍ଫାବାଲି ଜଙ୍ଗଲରୁ ମାଓ ସାମଗ୍ରୀ ଠାବ ହୋଇଛି । ନିକଟସ୍ଥ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯ।ଇଛି ।

 ସୂଚନାଯୋଗ୍ୟ ଯେ, କୋରାପୁଟ ଅନ୍ତର୍ଗତ ଆମ୍ଫାବାଲି ଜଙ୍ଗଲରେ ନିୟମିତ ଭାବେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ ଜାରି ରଖିଥିଲେ । ତେବେ ଜବାନଙ୍କ କୁମ୍ବିଂ ଅପରେସନ ସମୟ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା । କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ ହୋଇଛି । ତେବେ ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ରାଇଫଲ, ବନ୍ଧୁକ, ଡିଟୋନେଟର, ହ୍ୟାଣ୍ଡ ଗ୍ରେନେଡ୍‌ ମାଟିତଳେ ୩ଟି ଡ୍ରମ ଯୋଗେ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.