କ୍ରିକେଟରୁ ଧୋନିଙ୍କ ସନ୍ୟାସ ନେବାକୁ ଚାହିଁ ବସିଛନ୍ତି ଏହି ୪ଜଣ ୱିକେଟ କିପର : ୨ ନମ୍ବର ଖେଳାଳି ସମସ୍ତଙ୍କର ପ୍ରିୟ

Published By : Prameya-News7 Bureau | June 30, 2019 IST

ମଞ୍ଚେଷ୍ଟର ୩୦/୬ : ମହେନ୍ଦ୍ର ସିଂ ଧୋନିଙ୍କ ଭଳି ଉଇକେଟ କିପର ଭାରତ କ୍ରିକେଟ ଇତିହାସ ନା କିଏ ଆଗରୁ ଥିଲେ ନା ଆଗକୁ କିଏ ହେଇପାରିବେ ବୋଲି କୁହାଯାଏ । କିଛି କ୍ରିକେଟ ଏକ୍ସପର୍ଟଙ୍କ କହିବାନୁଯାୟୀ ଏହି ବିଶ୍ୱକପ ଧୋନିଙ୍କ ଶେଷ ବିଶ୍ୱକପ ହୋଇପାରେ । ଧୋନି ଅବସର ନେବା ପରେ ଭାରତୀୟ ଟିମରେ ଆହୁରି ଭଲ ଭଲ ବିକଳ୍ପ ରହିଛି । ଏହିମାନଙ୍କ ମଧ୍ୟରୁ କିଏ ଜଣେ ଧୋନିଙ୍କ ପରେ ୱିକେଟ କିପର ହୋଇପାରନ୍ତି । ଏହି ତାଲିକାରେ ୪ଜଣ ଖେଳାଳି ଅଛନ୍ତି । ଆସନ୍ତୁ ଜାଣିବା ଧୋନିଙ୍କ ଅବସର ପରେ କେଉଁ ଖେଳାଳି ୱିକେଟ କିପର ଭୂମିକା ନେଇପାରନ୍ତି ।

{"id":128840}

ଈଶାନ କିସନ - ଈଶାନ କିସନ ଜଣେ ପ୍ରତିଭାଶାଳୀ ୱିକେଟ କିପର ବ୍ୟାଟ୍ସମ୍ୟାନ । ସେ ଆକ୍ରମକ ଶୈଳୀରେ ବ୍ୟାଟିଂ କରନ୍ତି । ସେ ଆଇପିଏଲରେ ଅନେକଥର ନିଜ କୃତିତ୍ୱ ଦେଖାଇ ସାରିଛନ୍ତି । ଈଶାନଙ୍କ ୱିକେଟ କ୍ୱିପିଙ୍ଗ ଶୈଳୀ ଅତ୍ୟନ୍ତ ଚମତ୍କୃତ । ସେ ପ୍ରାୟ କ୍ୟାଚ ଡ୍ରପ କରନ୍ତିନି ।

{"id":128841}

ଋଷଭ ପନ୍ଥ - ଋଷଭ ପନ୍ଥ ନିଜର ଦମଦାର ପ୍ରଦର୍ଶନ ପାଇଁ ଅଳ୍ପ ସମୟରେ ଲୋକପ୍ରିୟ ହୋଇସାରିଛନ୍ତି । ଯେଉଁଥିପାଇଁ ସେ ବିଶ୍ୱକପରେ ଭାରତୀୟ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି । ଆକ୍ରମକ ବୋଲିଂ ଯୋଗୁଁ ସେ ଅନେକଥର ଭାରତୀୟ ଟିମକୁ ବିଜୟୀ କରିଛନ୍ତି । ଭବିଷ୍ୟତରେ ସେ ଭାରତ ପାଇଁ ମ୍ୟାଚ ୱିନର ପ୍ରମାଣିତ ହୋଇପାରନ୍ତି ।

{"id":128842}

ଦୀନେଶ କାର୍ତିକ - ଦୀନେଶ କାର୍ତିକଙ୍କ ପ୍ରଦର୍ଶନ ବହୁତ ସୁଧୁରି ଯାଇଛି । ସମୟ ସହ ତାଳ ଦେଇ ସେ ଖେଳିବା ଶିଖିଗଲେଣି ଏବଂ ଧୀରେ ଧୀରେ ସେ ଜଣେ ବୁଦ୍ଧିମାନ ଖେଳାଳି ପ୍ରମାଣିତ ହୋଇଛନ୍ତି । ଟିମ ଇଣ୍ଡିଆ ପାଇଁ ସେ ଅନେକଥର ଗୁରୁତ୍ୱପୂର୍ଣ ମ୍ୟାଚ ଖେଳି ଟିମ ଇଣ୍ଡିଆକୁ ବିଜୟୀ କରିଛନ୍ତି । ନିଦାଶ ଟ୍ରଫି ଫାଇନାଲ ମ୍ୟାଚ ଇଣ୍ଡିଆ ଦୀନେଶ କାର୍ତିକଙ୍କ ପାଇଁ ହିଁ ଜିତିଥିଲେ । ଏହି ମ୍ୟାଚକୁ କେହି ଭୁଲି ପାରିବେ ନାହିଁ ।

{"id":128843}

କେ.ଏଲ.ରାହୁଲ - କେ.ଏଲ.ରାହୁଲ ୩ଟି ଫର୍ମାଟରେ ଶତକ କରିଥିବା ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ । ସେ କେତେବେଳେ ଟିମ ଇଣ୍ଡିଆରେ ସାମିଲ ହୋଇଛନ୍ତି ତ ପୁଣି କେତେବେଳେ ବାହାରି ଯାଇଛନ୍ତି । ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଭବିଷ୍ୟତରେ ସେ ଟିମ ଇଣ୍ଡିଆ ପାଇଁ ୱିକେଟ କ୍ୱିପିଙ୍ଗ କରିପାରନ୍ତ । 

{"id":128844}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.