Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ କମ୍ ବୟସ୍କ, ମହିଳାଙ୍କ ସଂଖ୍ୟା ୩୫%

13/04/2020 at 7:59 PM

ଭୁବନେଶ୍ବର୧୩/୪: ରାଜ୍ୟରେ ସୋମବାର ସନ୍ଧ୍ୟା ସୁଦ୍ଧା ମୋଟ୍ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୫୫ ଜଣ। କିନ୍ତୁ ଚିନ୍ତାଜନକ ହେଲା ଅଧିକାଂଶ ପଜିଟିଭ୍ ବା କୋଭିଡ୍-୧୯ ସଂକ୍ରମିତଙ୍କ ବୟସ ୪୦ ବର୍ଷରୁ କମ୍।ସଂକ୍ରମିତଙ୍କ ମଧ୍ୟରେ ୬୫ ପ୍ରତିଶତ ପୁରୁଷ ହୋଇଥିବା ବେଳେ ୩୫ ପ୍ରତିଶତ ମହିଳା।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଟ୍ବିଟ ଏବଂ ଆଜି ଚିହ୍ନଟ ଜଣେ କୋଭିଡ-୧୯ ସଂକ୍ରମିତଙ୍କ ହିସାବକୁ ନିଆଗଲେ ସୋମବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ୩୬ ଜଣ ପୁରୁଷ  ଓ ୧୯ ଜଣ ମହିଳା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ରୁ ୪୦ ବର୍ଷ ମଧ୍ୟରେ ୨୯ ଜଣ ସଂକ୍ରମିତ ରହିଛନ୍ତି। ୧୩ ଜଣ ସଂକ୍ରମିତଙ୍କ ବୟସ ୪୧ରୁ ୬୦ ବର୍ଷ ମଧ୍ୟରେ। ୧୪ ବର୍ଷରୁ କମ୍ ବୟସରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ସଂକ୍ରମିତଙ୍କ ୬୦ ବର୍ଷରୁ ଅଧିକ।

ବିଭାଗୀୟ ଟ୍ବିଟ ଅନୁଯାୟୀ, ରାଜ୍ୟରେ  ବର୍ତ୍ତମାନ ୪୧ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃ୍ତ୍ୟୁ ହୋଇଛି।

   Related Posts