Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୨୫ ବର୍ଷ ପରେ ଅମୋଲ ପାଲେକରଙ୍କ କମବ୍ୟାକ୍ , ଏହି ପ୍ରୋଯେକ୍ଟରେ କରିବେ କାମ

11/11/2019 at 5:17 PM

ମୁମ୍ବାଇ୧୧|୧୧: ବରିଷ୍ଠ ଅଭିନେତା ଅମୋଲ ପାଲେକର ୨୫ ବର୍ଷ ପରେ ଷ୍ଟେଜକୁ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି। ଥ୍ରିଲିଂ ଡ୍ରାମା ହିନ୍ଦି ସିନେମା କୁସୁରର କାହାଣୀ ଉପରେ ଆଧାରିତ ନାଟକରେ ନଜର ଆସିବେ ଅମୋଲ। କୁସୁରର କାହାଣୀରେ ଲେଖକ ହେଉଛନ୍ତି ସନ୍ଧ୍ୟା ଗୋଖଲେ। ଉଭୟ ସନ୍ଧ୍ୟା ଓ ଅମୋଲ ମିଶି ଏହି ଫିଲ୍ମର ନିର୍ଦ୍ଦଶନା ଦେଇଛନ୍ତି।

ନାଟକରେ ଅମୋଲ ଜଣେ ରିଟାୟାର୍ଡ ACP ଭୂମିକାରେ ଅଭିନୟ କରିବେ। ଅମୋଲ କହିଛନ୍ତି ଯେ, ଏହି ବୟସରେ ଅଭିନୟ କରିବା ତାଙ୍କ ପାଇଁ ବଡ ଖୁବ ଚ୍ୟାଲେଞ୍ଜିଂ ରହିବ। କାରଣ ଏହି ଭୂମିକା ପାଇଁ ଜବରଦସ୍ତ ଭାବନାତ୍ମକ ଓ ଶାରିରୀକ ଶକ୍ତି ଆବଶ୍ୟକ ।

ରିପୋର୍ଟ ଅନୁସାରେ ଅମୋଲଙ୍କୁ ଚଳିତ ମାସ୨୪ ତାରିଖରେ ୭୪ ବର୍ଷ ପୂରିବ। ସେହି ଦିନ ମୁମ୍ବାଇର ଟାଟା ଥିଏଟର, ଏନସିପିଏରେ ଏହି ଶୋର ପ୍ରିମିୟର କରାଯିବ। ଅମୋଲ ନିଜ ଫିଲ୍ମି କ୍ୟାରିଅର ୧୯୭୧ ମସିହାରେ ଆରମ୍ଭ କରିଥିଲେ। ମରାଠି ଫିଲ୍ମରୁ ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। ୧୯୭୪ ମସିହାରେ ବାସୁ ଚାଟର୍ଜିଙ୍କ ଫିଲ୍ମ ରଜନୀଗନ୍ଧାରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଛାଇଯାଇଥିଲେ ଅମୋଲ।

ଅଭିନୟ କରିବା ସହ ଅମୋଲ ପାଲେକର ଅନେକ ଫିଲ୍ମରେ ନିର୍ଦ୍ଦଶନା ମଧ୍ୟ ଦେଇଥିଲେ। ଅମୋଲ ପାଲେକର ନିଜ ବ୍ୟକ୍ତିଗତ ଜୀବନରେ ୨ଟି ବିବାହ କରିଛନ୍ତି। ତାଙ୍କ ପ୍ରଥମ ପତ୍ନୀଙ୍କ ନାଁ ହେଉଛି ଚିତ୍ରା ଓ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ନାଁ ହେଉଛି ସନ୍ଧ୍ୟା ଗୋଖଲେ। ପାଲେକର ଦୁଇ ଝିଅଙ୍କର ବାପା।   

   Related Posts