ଜାମ୍ମୁ କାଶ୍ମୀର ସୋପିଆନରେ ଏନକାଉଣ୍ଟର : ଟଳିଲେ ୩ ଆତଙ୍କବାଦୀ, ଜଣେ ଆତ୍ମସମର୍ପଣ

Published By : Prameya-News7 Bureau | May 06, 2021 IST

ଜାମ୍ମୁ ୬/୫ : କାଶ୍ମୀରର ସୋପିଆନ ଜିଲ୍ଲାର କାନିଗାମ ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ତେବେ ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କବାଦୀ । ତେବେ ଆଉ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି । ଏମାନେ ସମସ୍ତେ ଅଲ-ବଦର ଆତଙ୍କବାଦୀ ସଂଗଠନର ନୂତନ ଭାବେ ନିଯୁକ୍ତ ହୋଇଥିଲେ ।

ସୂଚନା ଥାଉକି, ସୋପିଆନ୍ କାନିଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଆସିଥିଲା । ଯାହା ପରେ ଏହି ଅଞ୍ଚଳଟି ପୂରା କର୍ଡନ କରିଥିଲେ ଭାରତୀୟ ସେନା । ଏହା ଜାଣିବା ପରେ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଗୁଳିବିନିମୟ । ତେବେ ପାଲଟା ଜବାବ ଦେଇଥିଲେ ଭରାତୀୟ ସେନା । ଫଳରେ ୩ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ ।

wp:html /wp:html

ଏନକାଉଣ୍ଟର ସମୟରେ ପର୍ଥମେ ପ୍ରଥମେ ଏମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଥିଲା ଭାରତୀୟ ସେନା । ହେଲେ ସେନା କଥାରେ ରାଜି ହୋଇନଥିଲେ ଆତଙ୍କୀ । ଫଳରେ ଫଳରେ ବାଧ୍ୟହୋଇ ୩ ଜଣଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ ଯବାନମାନେ । ଏବେବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ମଙ୍ଗଳବାର ଏଠାରେ ଭାରତୀୟ ସେନା ଗୁଳିରେ ଟଳିଥିଲେ ୩ ଆତଙ୍କବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.