ହଲଦିରାମ ବିଲଡିଙ୍ଗରେ ଆମୋନିଆ ଗ୍ୟାସ୍ ଲିକ୍ : ଜଣେ ମୃତ,୩୦୦ଲୋକଙ୍କୁ କରାଗଲା ତୁରନ୍ତ ଉଦ୍ଧାର

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୧/୨: ରାଜଧାନୀ ଦିଲ୍ଲୀର ନୋଏଡ଼ା ସେକ୍ଟର ୬୫ରେ ହଲଦିରାମ ବିଲଡିଙ୍ଗରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ବିଲଡିଙ୍ଗକୁ ଖାଲି କରି ଦିଆଯାଇଛି। ଏଥିରେ ୪୨ବର୍ଷ ବୟସ୍କ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୩୦୦ଜଣଙ୍କୁ ସେହି ବିଲଡିଙ୍ଗରୁ ବାହାର କରାଯାଇଛି। ହଲଦିରାମ ବିଲଡିଙ୍ଗର ଆଖପାଖ ଅଞ୍ଚଳକୁ ମଧ୍ୟ ଖାଲି କରାଯାଇଛି।

{"id":218754,"sizeSlug":"large"}

ଗତକାଲି ରାତି ୧୨ଟାରେ କୌଣସି କାରଣବଶତଃ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହା ପରେ ତୁରନ୍ତ ପୋଲିସ୍ ଫୋର୍ସ,ଦମକଳ କର୍ମୀ ଏବଂ ଏନଡିଆରଏଫ ମୁତୟନ କରାଯାଇଥିଲା। ଏହି ବିଲଡିଙ୍ଗରେ ହଲଦିରାମର ଦୁଇଟି ୟୁନିଟ୍ ଚାଲିଥାଏ। ଗୋଟିଏ ପ୍ରଡକ୍ସନ ୟୁନିଟ୍ ହୋଇଥିବାବେଳେ ଅନ୍ୟଟି କୁଲିଙ୍ଗ୍ କିମ୍ବା ମେଣ୍ଟେନାନ୍ସ ୟୁନିଟ୍। ମେଣ୍ଟେନାନ୍ସ ୟୁନିଟରେ ଆମୋନିଆ ଲିକ୍ ହୋଇଥିଲା। ସେହି ସମୟରେ ସେଠାରେ ୨୨ଜଣ କର୍ମଚାରୀ କାମ କରୁଥିଲେ। ସେମାନଙ୍କୁ ତୁରନ୍ତ ସେଠାରୁ ବାହାରକୁ ନିଆଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟ ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

{"id":218755,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.