Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||

ବାଲେଶ୍ବରର ଶୀତଳ ଭଣ୍ଡାରରୁ ମିଥାଇଲ୍ ଗ୍ୟାସ୍ ଲିକ୍ ଘଟଣା : ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

25/04/2019 at 3:42 PM

ବାଲେଶ୍ବର ୨୫|୪: ଶୀତଳ ଭଣ୍ଡାରରୁ ମିଥାଇଲ୍ ଗ୍ୟାସ୍ ଲିକ୍ । ବାଲେଶ୍ବର କଳିଙ୍ଗ ଶୀତଳଭଣ୍ଡାରରୁ ମିଥାଇଲ୍ ଗ୍ୟାସ୍ ଲିକ୍ । ତେବେ ଏହାକୁ ନେଇ ତାତିଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଏମିତି ଗ୍ୟାସ୍ ଲିକ୍ ଭଳି ଘଟଣା ଘଟୁଥିଲେ ବି ପ୍ରଶାସନର ଏତିପ୍ରତି ନିଘା ନଥିବା କହି ରାସ୍ତା ରୋକ କରିଥିଲେ ଲୋକେ ।

ପୁଣି ଗ୍ୟାସ୍ ଲିକ୍ । ବାଲେଶ୍ବର ଆଇଟିଆଇ ଛକ ନିକଟରେ ଥିବା କଳିଙ୍ଗ ଶୀତଳ ଭଣ୍ଡାରରୁ ଗ୍ୟାସ୍ ଲିକ୍ । ଆଜି ସକାଳ ୯ଟାରୁ ହଠାତ୍ ଶୀତଳ ଭଣ୍ଡାରରରୁ ମିଥାଇଲ୍ ଗ୍ୟାସ୍ ଲିକ୍ ହୋଇଥିଲା । ଲୋକଙ୍କ ଆଖି ପୋଡ଼ିବା ସହ ବାନ୍ତି ଉଠାଇଥିଲା । ୨-୩ ଜଣ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଥିଲା । ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ସହ ଲୋକଙ୍କୁ ରୋଷେଇ କରିବାକୁ ମନା କରାଯାଇଥିଲା ।

ଏହି ଶୀତଳ ଭଣ୍ଡାରଟି ୨୦ ବର୍ଷ ହେଲା ଅଙ୍ଗାରଗଡ଼ିଆରେ ରହିଛି । ତେବେ ଏହାର ରକ୍ଷଣା ବେକ୍ଷଣ ଠିକ୍‌ରେ କରାଯାଉନଥିବାରୁ ବର୍ଷକରେ ୩-୪ ଥର ଗ୍ୟାସ୍ ଲିକ୍ କରୁଛି । ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ବି  କିଛି ଲାଭ ହେଉନି । ତେଣୁ ସ୍ଥାନୀୟ ଲୋକେ ଘଟଣାକୁ ନେଇ ରାସ୍ତାରୋକ କରିଥିଲେ । ପୋଲିସ, ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ । ତେବେ ଶୀତଳ ଭଣ୍ଡାରର କର୍ମଚାରୀଙ୍କ କହିବା କଥା ପୁରୁଣା ପାଇପ୍ ଗ୍ୟାସ୍ ସିଲିଣ୍ଡରରୁ ଖସିଯିବାରୁ ଏମିତି ହୋଇଥିଲା ।

ଗ୍ୟାସ୍ ଲିକ୍ ଯୋଗୁଁ ୩-୪ ଘଣ୍ଟା ଧରି ଲାଗିରହିଥିଲା ଉତ୍ତେଜନା । ତେବେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

   Related Posts