ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ସଂଜୟ ସିଂହଙ୍କ ପୁରୀ ଗସ୍ତ, ମହାପ୍ରଭୁଙ୍କୁ କଲେ ଦର୍ଶନ

Published By : Prameya-News7 Bureau | October 28, 2021 IST

ପୁରୀ, ୨୮/୧୦: ଆମ ଆଦମୀ ପାର୍ଟିର ଓଡିଶା ପ୍ରଭାରୀ ସଂଜୟ ସିଂହ ଆଜି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇ ସେ ନିଜକୁ ଭାଗ୍ୟବାନ ମନେ କରିଥିବା କହିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭେଟି ଓଡିଶା ଶାସନ ସ୍ଥିତି ଓ ଓଡିଶାରେ ଆପର ଆଗାମୀ ଦିନରେ କଣ ରହିଛି ଯୋଜନା ସେ ନେଇ ମତ ରଖିଥିଲେ। ଆସନ୍ତା ପଞ୍ଚୟତ ନିର୍ବାଚନରେ ଆପ ଓଡିଶାରେ ନିର୍ବାଚନ ଲଢ଼ିବ ବୋଲି ସଂଜୟ ସିଂହ କହିଛନ୍ତି।

ସେ ବିଜେଡି ସରକାରଙ୍କ ନିତିକୁ ନେଇ ସମାଲୋଚନା କରିଛନ୍ତି। ଯେଉଁ ଭଳି ଭାବେ ସରକାର ଓଡ଼ିଶାରେ ୧୪ ହଜାର ସରକାରୀ ସ୍କୁଲ ବନ୍ଦ କଲେ ତାକୁ ନେଇ ଆପ ପ୍ରଶ୍ନ ଉଠାଇଛନ୍ତି। ଗରିବ ଲୋକଙ୍କ ପିଲାମାନେ ଏହା ଦ୍ବାରା କ୍ଷତିଗ୍ରସ୍ତ ହେବେ ବୋଲି ଆପ କହିଛି। ସେହିପରି ଓଡିଶା ବଳକା ବିଦ୍ୟୁତ ଉତ୍ପାଦନ ରାଜ୍ୟ ହୋଇଥିବାବେଳେ ପ୍ରଥମ ୨ ଶହ ୟୁନିଟ କାହିଁକି ସରକାର ମାଗଣାରେ ଲୋକଙ୍କୁ ଯୋଗାଇ ନାହାନ୍ତି ସେ ନେଇ ସଂଜୟ ସିଂ ପ୍ରଶ୍ନ କରିଛନ୍ତି। ସେହିପରି ଓଡିଶାରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ସରକାର କୌଣସି ପଦକ୍ଷେପ ନ ନେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଆପ କହିଛି। 

ତେବେ ଓଡିଶା ଲୋକ ଚାହିଁଲେ ହିଁ ଆପ ନିର୍ବାଚନରେ ଜିତି ପାରିବ। ଆପ କ୍ଷମତାକୁ ଆସିଲେ ମାଗଣା ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରଦାନ ସହିତ ମହିଳାଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବ ବୋଲି ଓଡିଶା ଆପ ପ୍ରଭାରୀ ସଂଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.