Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରୁ ଶିଶୁଙ୍କ ସୁରକ୍ଷା ପାଇଁ କମିଟି ଗଠନ, ସବୁ କୋଭିଡ୍ ହସ୍ପିଟାଲ୍ରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ
  • ||
  • ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ
  • ||
  • ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି
  • ||
  • ଆଜି ସୁସ୍ଥରେ ରେକର୍ଡ, ସୁସ୍ଥ ହୋଇ ଘରକୁ ଫେଲେ ୧୨୦୭୭ ଆକ୍ରାନ୍ତ
  • ||
  • ୧୭ ମେ ସୋମବାର ଖୋଲିବ କେଦାରନାଥ ଧାମ କବାଟ ।। ତୀର୍ଥ ପୁରୋହିତ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବିଧିବିଧାନ ସହ କବାଟ ଖୋଲିବ ।। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜନତାଙ୍କ କଲ୍ୟାଣ ନିମନ୍ତେ ହେବ ପ୍ରଥମ ପୂଜା ।।
  • ||
  • ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଉପାସ ଥିଲି, ମୁଣ୍ଡ ବୁଲାଇଦେବାରୁ ଗୋଡ ଖସିଗଲା : ଭୂମିକା

16/11/2020 at 11:04 AM

କଟକ ୧୬।୧୧: ଉପାସ ଥିଲି । ଦୁର୍ବଳ ଲାଗୁଥିଲା । ହଠାତ୍‌ ମୁଣ୍ଡବୁଲାଇବାରୁ ଗୋଡ ଖସି ନଦୀରେ ପଡିଗଲି । ମହାନଦୀରୁ ଉଦ୍ଧାର ହେଲା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଅମ୍ଲାନ୍‌ଙ୍କ ସ୍ତ୍ରୀ ଭୂମିକା । ପରିବାରରେ ବିଷୟରେ ଚାଲିଥିବା ଗୁଜବ ପ୍ରଚାରକୁ ନିନ୍ଦା ମଧ୍ୟ କରିଛନ୍ତି ଭୂମିକା ।  

ଗତକାଲି ମହାନଦୀରୁ ଉଦ୍ଧାର ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା । ସେ କହିଛନ୍ତି ଯେ, ଉପାସ ଥିବାରୁ ଦୁର୍ବଳ ଲାଗୁଥିଲା। ମୁଣ୍ଡ ବୁଲାଇବାରୁ ଗୋଡ ଖସି ଗଲା । ପୂଜା ସାମଗ୍ରୀ ଗୁଡ଼ିକ ପାଣିରେ ପକାଇବାକୁ ଗଲା ବେଳେ ହଠାତ୍‌ ମୁଣ୍ଡ ବୁଲାଇ ଥିଲା । ମୁଁ ହିଲ୍ ପିନ୍ଧିଥିବାରୁ ଗୋଡ଼ ଖସିଗଲା ଏବଂ ନଦୀରେ ପଡ଼ି ଯାଇଥିଲେ। ତେଣୁ ଏହି କଥାକୁ ନେଇ ଗୁଜବ ପ୍ରଚାର କରାଯାଇ ମୋ ପରିବାର ଓ ସ୍ବାମୀଙ୍କ ବିଷୟରେ କହିବା ଉଚିତ୍‌ ନୁହେଁ। ଦୟାକରି ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ ଭୂମିକା ନିଜ ଭିଡିଓରେ କହିଛନ୍ତି । ତେବେ ଆସନ୍ତୁ ଶୁଣିବା ଭୂମିକା ଜାରି କରିଥିବା ଭିଡିଓରେ କଣ କହୁଛନ୍ତି…

ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ସମୟରେ ମହାନଦୀରୁ ଓଲିଉଡ୍ ଅଭିନେତା ଅମ୍ଳାନଙ୍କ ପତ୍ନୀ ନଦୀରେ ବୁଡିଯାଉଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକ । ଏହା ପରେ ତାଙ୍କୁ ନଦୀରୁ ଉଦ୍ଧାର କରାଯାଇଥିଲା । ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଥିଲା। ନଦୀରୁ ଉଦ୍ଧାର ପରେ ତାଙ୍କର ମେଡିକାଲ ଚିକିତ୍ସା କରାଯାଇ । ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

   Related Posts