Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଅଁଳା ନବମୀରେ କଣ କରିବେ : ପାଣିରେ ଅଁଳା ରସ ମିଶେଇ ସ୍ନାନ କଲେ କଣ ଲାଭ ମିଳେ ଆସନ୍ତୁ ଜାଣିବା …

16/11/2018 at 12:21 PM

ଭୁବନେଶ୍ୱର ୧୬/୧୧ : ଆସନ୍ତାକାଲି ଅଁଳା ନବମୀ | କାର୍ତ୍ତିକ ମାସ ଶୁକ୍ଲପକ୍ଷ ତିଥି ନବମୀରେ ପଡେ ଅଁଳା ନବମୀ | ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ | ଏହି ଦିନ ଅଁଳା ଗଛକୁ ପୂଜା କଲେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ମିଳୁଥିବା ବିଶ୍ୱାସ ରହିଛି | ଜ୍ୟୋତିର୍ବିଦ ପଣ୍ଡିତ ମଣିଷ ଶର୍ମାଙ୍କ କହିବାନୁଯାୟୀ, ଏହି ଦିନ ଅଁଳାର ରସ ଗାଧୋଇବା ପାଣିରେ ମିଶେଇ ସ୍ନାନ କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ | ଏହା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ | ଏହା ତ୍ୱଚା ପାଇଁ ବହୁତ ଲାଭପ୍ରଦ | ଏହା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବଢିଥାଏ |  

ଆୟୁର୍ବେଦ ଅନୁସାରେ ଅଁଳା ସ୍ୱାସ୍ଥ୍ୟପକ୍ଷେ ବହୁତ ଗୁଣକାରୀ | ନିୟମିତ ଅଁଳା ରସ ସେବନ କଲେ ଆୟୁଷ ବଢିଥାଏ ଏବଂ ସବୁ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ | ଅଁଳା ରସର ଧାର୍ମିକ ମହତ୍ୱ ମଧ୍ୟ ରହିଛି | ନିୟମିତ ଅଁଳା ରସ ପାଣି ପିଇଲେ ପାପ ନଷ୍ଟ ହୋଇଥାଏ ଏବଂ ପୁଣ୍ୟ ମିଳିଥାଏ |

ପିପାଳ, ତୁଳସୀ ଭଳି ଅଁଳା ମଧ୍ୟ ପୂଜନୀୟ ଏବଂ ପବିତ୍ର ବୋଲି ବିଶ୍ୱାସ ରହିଛି | ସେଥିପାଇଁ ଅଁଳା ନବମୀରେ ଅଁଳା ଗଛକୁ ପୂଜା କରାଯାଇଥାଏ |

ଶାସ୍ତ୍ର ଅନୁସାରେ ରବିବାର କିମ୍ବା ସପ୍ତମୀ ତିଥିରେ ଅଁଳା ସେବନ କରିବା ଅନୁଚିତ | ଏହାଛଡା ଶୁକ୍ରବାର, ପ୍ରତି ମାସର ପ୍ରତିପଦା ତିଥି, ଷଷ୍ଠୀ, ନବମୀ, ଅମାବାସ୍ୟା ତିଥିରେ ଅଁଳା ସେବନ ବର୍ଜନୀୟ ଅଟେ | ଯେଉଁ ଦିନ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିଥାନ୍ତି ସେହିଦିନ ମଧ୍ୟ ଅଁଳା ସେବନ ଅନୁଚିତ |

   Related Posts