ସୁଟିଂ ବେଳେ ନିର୍ବସ୍ତ୍ର ହେଲେ ନାୟିକା, କାରଣ ଜାଣିଲେ ଉଡିଯିବ ହୋସ୍

Published By : Prameya-News7 Bureau | June 27, 2019 IST

ମୁମ୍ବାଇ:  ଦକ୍ଷିଣ ଭାରତୀୟ ନାୟିକା ଅମଲା ପଲ ତାଙ୍କ ଆଗାମୀ ଫିଲ୍ମ ‘ଆମେ’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ଫିଲ୍ମର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିବା ବେଳେ ସୋସାଲ ମିଡିଆରେ ଏବେ ଏହା ପ୍ରସଙ୍ଗ ପାଲଟି ଯାଇଛି। ତେବେ ଫିଲ୍ମର କାହାଣୀକୁ ନେଇ ନାୟିକାଙ୍କ ଅଭିନୟକୁ କିଛି ଲୋକ ତାରିଫ ମଧ୍ୟ କରୁଛନ୍ତି। କଥା କଣ କି ଫିଲ୍ମରେ ଏକ ନଗ୍ନ ଦୃଶ୍ୟ ରହିଛି। ଯେଉଁଥି ପାଇଁ ନାୟିକାଙ୍କୁ ନିର୍ବସ୍ତ୍ର ହେବାକୁ ପଡିଛି।

{"id":127965}

ରତ୍ନା କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅମଲା ଦୁଷ୍କର୍ମ ପୀଡିତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।  ଏହା ଏକ ଥ୍ରୀଲର ଡ୍ରାମା ଫିଲ୍ମ ହୋଇଥିବା ବେଳେ କାହାଣୀର ଚାହିଦାକୁ ନେଇ ତାଙ୍କୁ ଏକ ଦୃଶ୍ୟରେ ବିନା କପଡାରେ ଅଭିନୟ କରିବାକୁ ପଡିଥିବା ବେଳେ ସେ ଦୃଶ୍ୟରେ ଅଭିନୟ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।  ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟରରେ ବେଶ୍ ବାହାବହା ସାଉଣ୍ଟିଥିବା ଫିଲ୍ମ ୟୁନିଟ୍ ଏବେ ଟିଜରକୁ ନେଇ ବେଶ୍ ଆଶାୟୀ ହୋଇଉଠିଛନ୍ତି।

{"id":127966,"width":580,"height":583}

ଏହି ଫିଲ୍ମର କାହାଣୀ ଏକ ନିଖୋଜ ଝିଅକୁ ନେଇ ଗତିଶୀଳ ହେଉଥିବା ବେଳେ ନିରୁଦ୍ଧିଷ୍ଟ ଝିଅ ପାଇଁ ପୋଲିସରେ  ଅଭିଯୋଗ କରିବା ପରେ ତାଙ୍କୁ ଯେଉଁ ପରିସ୍ଥିତିରେ ପୋଲିସ ପାଇଛି ତାହା ହିଁ ଫିଲ୍ମର ମୁଖ୍ୟ ଆକର୍ଷଣ ବୋଲି ସୁଟିଂ ୟୁନିଟ୍ ସୂତ୍ରରୁ ଶୁଣିବାକୁ ମିଳୁଛି। ତେବେ ଏଭଳି ଦୃଶ୍ୟରେ ଅଭିନୟ କରିବାରେ ଅମଲା ପଲ ପ୍ରଥମ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ବୋଲି ସିନେ ପ୍ରମୁଖ ପ୍ରଶଂସା କରୁଛନ୍ତି। ତେବେ ଫିଲ୍ମ ରିଲିଜ ହେବା ପରେ ଜଣାପଡିବ ଏହାର ସଫଳତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.