ଅମୀୟ ପଟ୍ଟନାୟକ ହେଲେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି

Published By : Prameya-News7 Bureau | April 18, 2019 IST

ଭୁବନେଶ୍ବର ୧୮|୪: ଓଡିଶା ପ୍ରଦେଶ କଂଗ୍ରେସ କୃଷକ ମୋର୍ଚ୍ଚାର ସଭାପତି ଅମୀୟ ପଟ୍ଟନାୟକଙ୍କୁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରାଯାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ପାତ୍ର ବିଜେଡିରେ ଯୋଗଦେବା ପରେ ଏହି ପଦବୀ ଖାଲି ଥିଲା । ଆଜି ଅମୀୟ ପଟ୍ଟନାୟକଙ୍କୁ ଏହି ଦାୟିତ୍ବ ଦିଆଯିବା ସହ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ପ୍ରଚାର ତଦାରଖ ପାଇଁ ମଧ୍ୟ ଦାୟିତ୍ବ ଦିଆଯାଇଛି ।

ପୁରୀ ଲୋକସଭା ଆସନରୁ ସତ୍ୟପ୍ରକାଶ ନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଏହି ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ବିଧାନସଭା ଆସନରେ ଅରୋପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟଧର ମହାପାତ୍ର,ରଣପୁରରୁ ଶୁଭଶ୍ରୀ ପଣ୍ଡା, ସତ୍ୟବାଦୀରୁ ପ୍ରସାଦ ହରିଚନ୍ଦନ, ପିପିଲିରୁ ଅଜିତ ମଙ୍ଗରାଜ, ଚିଲିକାରୁ ପ୍ରଦୀପ ସ୍ବାଇଁ ଓ ନୟାଗଡରୁ ମନୋଜ କୁମାର ସାହୁଙ୍କୁ ପ୍ରାର୍ଥୀ କରାଯାଇଛି ।

ପିପିଲି ନିର୍ବାଚନମଣ୍ଡଳୀରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ନିର୍ବାଚନ ଲଢିବେ ନାହିଁ ବୋଲି ମନାକରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.