ଦିବଂଗତ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ପରିବାରକୁ ସହାୟତା: ସମାଜସେବୀ ଏକେ ଦାସ ଦେଲେ ୧ ଲକ୍ଷ ଟଙ୍କାର ଚେକ୍

Published By : Prameya-News7 Bureau | May 18, 2020 IST

ଭୁବନେଶ୍ୱର, ୧୮|୦୫:  ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଅନେକ ସହୃଦୟ ବ୍ୟକ୍ତି ତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ସୁକାନ୍ତଙ୍କ ପରଲୋକରେ ତାଙ୍କ ପତ୍ନୀ ଓ ୭ ବର୍ଷର ଝିଅ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ବେଳେ ସମବେଦନା ସହ ସହାୟତାର ପ୍ରତିଶ୍ରୁତି ରଖିଛନ୍ତି ବହୁ ସହୃଦୟ ବ୍ୟକ୍ତି ।

ଏକେ ଦାସ ଆସୋସିଏଟସର ଚେୟାରମ୍ୟାନ ତଥା ସମାଜସେବୀ ଅମୀୟ ଦାସ ସୁକାନ୍ତଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି । ଅମୀୟ ଦାସ ସାମାଜିକ କାର୍ଯ୍ୟ ପାଇଁ ଜଣାଶୁଣା । ସେ ଅନେକ ଅସହାୟଙ୍କୁ ସହାୟତାର ହାତ ମଧ୍ୟ ବଢାଇଛନ୍ତି ।

{"id":272198,"width":762,"height":336,"sizeSlug":"large"}

ଅମୀୟ ଦାସ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ମାନେ ପ୍ରତିକୂଳ ପରିସ୍ଥିତିରେ ନିଜ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେବା ଉଚିତ ।

wp:html /wp:html

ସୂଚନାଯୋଗ୍ୟ, ସୁକାନ୍ତ ଗତ ଶନିବାର କ୍ୟାନସରରେ ପ୍ରାଣ ହରାଇଥିଲେ । ତାଙ୍କ ଦେହାନ୍ତରେ ଘରେ କେବଳ ସ୍ତ୍ରୀ ଓ ୭ ବର୍ଷର ଝିଅ ରହିଛନ୍ତି । ସୁକାନ୍ତଙ୍କ ମୃତ୍ୟୁ ତାଙ୍କ ପରିବାରକୁ ଏକ ବଡ ଝଟକା ଦେଇଛି । ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଦୀର୍ଘ ୧୫ ବର୍ଷ ଧରି ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଗତ ସେପ୍ଟେମ୍ବର ୨୦୧୯ରେ ସ୍ୱାସ୍ଥ୍ୟଜନିତ କାରଣରୁ ସେ ଆଉ ଚାକିରୀ କରିପାରି ନଥିଲେ । ଏପରି ଅବସ୍ଥାରେ ସେ ନିଜ ଚିକିତ୍ସା ସହ ପରିବାର ମଧ୍ୟ ଚଳାଉଥିଲେ । ଏପରିକି ସେ ୫ ଲକ୍ଷ ଟଙ୍କାର ଲୋନ ମଧ୍ୟ ନେଇଥିଲେ । ଡିସେମ୍ବର ୨୦୧୯ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା । ଏପରିକି ସେ ଗତ କିଛି ଦିନ ତଳେ ପକ୍ଷାଘାତର ଶିକାର ମଧ୍ୟ ହୋଇଥିଲେ । ଶେଷରେ ସେ ଗତ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।  

ଆଉ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇପାରିବେ ।

ଆକାଉଣ୍ଟଧାରୀଙ୍କ ନାମ- ସ୍ୱାଗତିକା ସାବତ

ଆକାଉଣ୍ଟ ନମ୍ବର - ୩୩୨୨୪୩୦୫୨୧୧

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ବ୍ରହ୍ମପୁର ଶାଖା

ଆଇଏଫଏସସି କୋଡ- SBIN0000033

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.