ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର ପାଇବେ ଇଂରାଜୀ ଲେଖକ ଅମିତାଭ ଘୋଷ

Published By : Prameya-News7 Bureau | December 14, 2018 IST

କୋଲକାତା;୧୪/୧୨- ସାହିତ୍ୟ ଜଗତର ମର୍ଯାଦାଜନକ ପୁରସ୍କାର ଜ୍ଞାନପୀଠପାଇବେ  ଅମିତାଭ ଘୋଷ । ଇଂରାଜୀ ସାହିତ୍ୟର ଜଣାଶୁଣାଲେଖକ ତଥା ଔପନ୍ୟାସିକ ଅମିତାଭ ଘୋଷ ଏହି ସମ୍ମାନଜନକ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

{"id":63645,"width":569,"height":760}

୧୯୫୬ ମସିହା ଜୁଲାଇ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥବା ଅମିତାଭ ସେଣ୍ଟ୍ ଷ୍ଟିଫେନ କଲେଜ ଓ ଦିଲ୍ଲୀ ସ୍କୁଲ ଅଫ ଇକୋନମିକସ୍ ରେ ପଢ଼ାସରିବା ପରେ ସେ ଉପନ୍ୟାସ ଲେଖାରେ ମନୋନିବେଶକରିଥିଲେ ।

ତାଙ୍କର ପ୍ରଥମ ଉପନ୍ୟାସ “ ଦ ସର୍କଲ ଅଫ ରିଜନ “ପାଇଁ ଇଂରାଜୀ ସାହିତ୍ୟ ଜଗତରେ ସେ ପରିଚିତ ହୋଇଥିଲେ । ତା ପରେ ପରେ ବିଭିନ୍ନ ଉପନ୍ୟାସ ତାଙ୍କୁ ଅର୍ନ୍ତରାଷ୍ଟ୍ରୀୟ ମର୍ଯ୍ୟାଦା ଆଣିଦେଇଥିଲା । ତାଙ୍କର ଉପନ୍ୟାସ ଗୁଡ଼ିକ ମଧ୍ୟରେ ଦ ଗ୍ଲାସ ପ୍ୟାଲେସ , ହଂଗ୍ରି ଟାଇଡ଼ , ଫ୍ଲଡ଼ ଅଫ ଫାୟାର , କୋଲକୋତା କ୍ରୋମୋଜୋମ ଆଦି ଚର୍ଚ୍ଚାରେ ରହିଥିବା ଉପନ୍ୟାସ । ଏହା ପୁର୍ବରୁ ମଧ୍ୟ ୨୦୦୭ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.