Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ରାହୁଲଙ୍କ ଫି ଯୋଗାଡ କରିବାରେ କୁଣ୍ଠା ପ୍ରକାଶ କରିଥିଲେ ଅମିତାଭ, ଏହି କାରଣରୁ ଗାନ୍ଧୀ ପରିବାର ସହ ସଂପର୍କ ଖରାପ ହୋଇଥିଲା: ପୁସ୍ତକ

3/07/2021 at 10:32 PM

ନୂଆଦିଲ୍ଲୀ ୦୩।୦୭: ଦୀର୍ଘ ସମୟ ଧରି ଘନିଷ୍ଠ ବନ୍ଧୁ ରହିଥିବା ଦେଶର ପ୍ରତିଷ୍ଠିତ ଗାନ୍ଧୀ-ନେହେରୁ ଓ ବଚ୍ଚନ ପରିବାର ମଧ୍ୟରେ ସୃଷ୍ଟି ଫାଟକୁ ନେଇ ଅନେକ ପ୍ରକାରର ଦାବି କରାଯାଏ। ହେଲେ ନିକଟରେ ପ୍ରକାଶିତ ଏକ ପୁସ୍ତକରେ ଖୁଲାସା ହୋଇଛି ଯେ, ଏକ ଛୋଟ ଘଟଣା ଏମିତି ଫାଟ ସୃଷ୍ଟି କଲା ଯାହା ଦୁଇ ପରିବାରର ଦ୍ଵାର ପରସ୍ପର ପାଇଁ ବନ୍ଦ ହୋଇ ଯାଇଥିଲା। ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ସାଂସଦ ସନ୍ତୋଷ ଭାରତୀୟଙ୍କ ନୂତନ ପୁସ୍ତକ ‘ଭି ପି ସିଂହ, ଚନ୍ଦ୍ରଶେଖର, ସୋନିଆ ଗାନ୍ଧୀ ଓ ମୁଁ’ରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପାଠପଢା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅମିତାଭ ବଚ୍ଚନଙ୍କୁ ଅର୍ଥ ଯୋଗାଡ କରିବାକୁ କହିଥିଲେ। ହେଲେ ଏଥିରେ ଅମିତାଭ ବଚ୍ଚନ କୁଣ୍ଠା ପ୍ରକାଶ କରିଥିଲେ।

ଲେଖକଙ୍କ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସୋନିଆ ଗାନ୍ଧୀ ପୁଅ ରାହୁଲଙ୍କ ପାଠପଢାକୁ ନେଇ ବହୁତ ଚିନ୍ତିତ ଥିଲେ। ସେହି ସମୟରେ ରାହୁଲ ଲଣ୍ଡନରେ ପଢୁଥିଲେ। ନିଜର ଏହି ଚିନ୍ତାକୁ ସେ ଅମିତାଭ ବଚ୍ଚନଙ୍କଠାରେ ଅବଗତ କରାଇଥିଲେ। ପୁସ୍ତକ ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ କଥା ଶୁଣିବା ପରେ ଅମିତାଭ ବଚ୍ଚନ ପାଖରେ ବର୍ତ୍ତମାନ ଟଙ୍କା ନାହିଁ। ଯାହା ଥିଲା ତାକୁ ଲଳିତ ସୁରି ଓ ସତୀଶ ଶର୍ମା ଗଡବଡ କରି ଦେଇଛନ୍ତି। ତଥାପି ମୁଁ କିଛି ବ୍ୟବସ୍ଥା କରୁଛି ବୋଲି ଅମିତାଭ କହିଥିଲେ।

ଉଲ୍ଲେଖନୀୟ ସୁରୀ ଓ ସତୀଶ ଶର୍ମା କଂଗ୍ରେସର ବରିଷ୍ଠ ନେତା ଥିଲେ। ଉଭୟ ରାଜୀବ ଗାନ୍ଧୀଙ୍କ ବହୁତ ଘନିଷ୍ଠ ଥିଲେ। ପୁସ୍ତକ ଅନୁଯାୟୀ, ଯେବେ ରାଜୀବ ଗାନ୍ଧୀ ଜୀବିତ ଥିଲେ, ସେହି ସମୟରେ ସୁରୀ, ସତୀଶ ଶର୍ମା ଏବଂ ବଚ୍ଚନ ମିଶି ଚାଉଳ ବ୍ୟବସାୟ ଆରମ୍ଭ କରିଥିଲେ। ଭାରତୀୟ ନିଜ ପୁସ୍ତକରେ ଲେଖିଛନ୍ତି, ଏଠାରୁ ବାସୁମତୀ ଚାଉଳ ଲଣ୍ଡନ ଯାଉଉଥିଲା। ଭାରତ ସରକାର ଏହାର ଅନୁମତି ମଧ୍ୟ ଦେଇଥିଲେ। ସ୍ଵାଭାବିକ କଥା ଆଉ  କିଛି ଲୋକ ଏଥିରେ ସାମିଲ ଥିଲେ କିନ୍ତୁ ସେମାନଙ୍କ ନାମ କେବେ ସାମ୍ନାକୁ ଆସିନାହିଁ।

ଲେଖକ ପୁସ୍ତକରେ ଦାବି କରିଛନ୍ତି ଯେ, ଅମିତାଭ ବଚ୍ଚନ ସୋନିଆଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି ଦୁଇ ଦିନ ପରେ ତାଙ୍କ ପାଖକୁ ଏକ ହଜାର ଡଲାର(ବର୍ତ୍ତମାନ ପ୍ରାୟ ୭୪,୫୦୦ ଟଙ୍କା)ର ଚେକ୍ ପଠାଇଥିଲେ। ମାତ୍ର ସୋନିଆ ଚେକ୍‌କୁ ଫେରାଇ ଦେଇଥିଲେ। ପୁସ୍ତକ ଅନୁଯାୟୀ, ସୋନିଆ ଗାନ୍ଧୀ ଏହି ଘଟଣାକୁ କେବେ ଭୁଲି ପାରି ନାହାନ୍ତି ଏବଂ ସେ ଏହାକୁ ନିଜର ଅପମାନ ମାନି ଅମିତାଭ ବଚ୍ଚନଙ୍କ ସହ ସବୁ ସଂପର୍କ ତୁଟାଇ ଦେଇଥିଲେ।

ଲେଖକ ଏହା ମଧ୍ୟ ଦାବି କରିଛନ୍ତି, ସୋନିଆ ଗାନ୍ଧୀଙ୍କୁ ବୋଧହୁଏ ସେହି ଘଟଣା ମନେ ପଡି ଯାଇଥିଲା, ଯେବେ ଅମିତାଭ ବଚ୍ଚନ ସଞ୍ଜୟ ଗାନ୍ଧୀଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ। ମାତ୍ର ସଞ୍ଜୟଙ୍କ ପାଖରେ ସେହି ସମୟରେ ଏତେ ଟଙ୍କା ନଥିଲା। ଏହି ଘଟଣା ପରଠୁ ଅମିତାଭ ବଚ୍ଚନ ସଞ୍ଜୟ ଗାନ୍ଧୀଙ୍କଠୁ ଦୂରେଇବା ଆରମ୍ଭ କରିଥିଲେ। ତାଙ୍କ ମା ତେଜି ବଚ୍ଚନ କେବେ କେବେ ଇନ୍ଦିରାଙ୍କୁ ଭେଟିବାକୁ ଯାଉଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ, ତେଜି ବଚ୍ଚନ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ଥିଲା। ଏହି କାରଣରୁ ଦୁଇ ପରିବାର ପରସ୍ପରର ନିକଟତର ହୋଇଥିଲେ।

ପୁସ୍ତକରେ ଉଲ୍ଲେଖ କରାଯାଇଛି ଯେ, ଅମିତାଭ ବଚ୍ଚନ ଓ ରାଜୀବ ଗାନ୍ଧୀ ପରସ୍ପର ଘନିଷ୍ଠ ଥିଲେ। ଯେବେ ବି କୌଣସି ବିଦେଶୀ ରାଷ୍ଟ୍ରଧ୍ୟକ୍ଷ କିମ୍ବା ଗୁରୁତ୍ଵପୂର୍ଣ୍ଣ ଅତିଥି ଭାରତ ଆସୁଥିଲେ,ରାଜୀବ ଗାନ୍ଧୀ ବଚ୍ଚନଙ୍କୁ ଡକାଉଥିଲେ। ରାଜୀବ ଗାନ୍ଧୀ ବିଦେଶୀ ଅତିଥିଙ୍କ ସାମ୍ନାରେ ଅମିତାଭଙ୍କ ପରିଚୟ ସାଂସଦ ହିସାବରେ କମ ଏବଂ ଅଭିନେତା  ହିସାବରେ ଅଧିକ ପରିଚୟ କରାଉଥିଲେ ବୋଲି ଉକ୍ତ ପୁସ୍ତକରେ ଉଲ୍ଲେଖ କରଯାଇଛି।

   Related Posts