ଅମିତାଭ ସେୟାର କଲେ କରିନାଙ୍କ ପିଲାବେଳର ଫଟୋ, ଜାଣନ୍ତୁ କ’ଣ ଉଲ୍ଳେଖ କରିଛନ୍ତି ବିଗ-ବି

Published By : Prameya-News7 Bureau | May 18, 2019 IST

ବଲିଉଡ ସୁପରଷ୍ଟାର ଅମିତାଭ ତାଙ୍କ ସୋସାଲ ମିଡିଆ ସାଇଟ୍ ରେ ଫିଲ୍ମ ‘ପୁକାର’ ସୁଟିଂ ସେଟ୍ ର ଏକ ବ୍ଲାକ ଏଣ୍ଡ ହ୍ବାଇଟ୍  ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରହିଛି କରିନା କପୁରଙ୍କ ପିଲାଦିନର ଫଟୋ । ୧୯୮୩ ମସିହାରେ ଫିଲ୍ମର ସୁଟିଂ ଗୋଆରେ ଚାଲିଥିଲା। ଅମିତାଭଙ୍କ ସହ ଲିଡ ରୋଲରେ ଥିବା ରଣଧିର କପୁର ସେଦିନ ଝି୍ଅ କରିନାଙ୍କ ସହ ସୁଟିଂ ସେଟକୁ ଆସିଥିବା ବେଳର ଏହି ଫୋଟଟି।

{"id":113310,"width":584,"height":350}

ଅମିତାଭ ଫଟୋ ସହ ପୁରୁଣାଦିନର କଥା ବି ସେୟାର କରିଛନ୍ତି। ଯେଉଁଥିରେ ବିଗ-ବି ଲେଖିଛନ୍ତି ଚିହ୍ନନ୍ତୁ କିଏ ? ରଣଧିରଙ୍କ ସହ ସେଦିନ ଫିଲ୍ମ ସୁଟିଂ ସେଟ୍ କୁ ଆସିଥିଭା   କରିନା ସେଦିନ ଖୁବ୍ ଆଘାତପ୍ରାପ୍ତ ହୋଇଥିଲେ ।  ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀଙ୍କ ଉପରେ ନିର୍ମିତ ହେଉଥିଲା। ଯାହାକୁ ନିର୍ଦ୍ଦେଶନା ଦେଉଥିଲେ ରମେସ ବହଲ। ପର୍ତ୍ତୁଗାଲୀଙ୍କ କବଳରୁ ଗୋଆ ମୁକ୍ତିଲାଗି ସ୍ବାଧୀନତା ସଂଗ୍ରାମର କାହାଣୀରେ ରଣଧିରଙ୍କୁ  ମାଡ ଖାଉଥିବା ଦେଖି କରିନା ଚିତ୍କାର କରି କାନ୍ଦିଥିଲେ।

{"id":113311}

 ଅମିତାଭ ଉଲ୍ଲେଖ କରିଛନ୍ତି ସେଦିନ ସଟ୍ ରେ ରଣଧୀରଙ୍କୁ ଅମିତାଭ ଘୁଷା ମାରୁଥିବା ଦୃଶ୍ୟ ସୁଟିଂ ହେବାର ଥାଏ। ଏଥିପାଇଁ ସେଟ ପ୍ରସ୍ତୁତ ଥିଲା ଓ ଆମେ ଅଭିନୟ ଆରମ୍ଭ କରିବା ବେଳକୁ ବାପାଙ୍କୁ ମାଡ ଖାଉଥିବା ଦେଖି କରିନା ଦୌଡି ଯାଇ ଅମିତାଭଙ୍କ ଗୋଡକୁ ଜୋରରେ ଜାବୁଡି ଧରି ମୋ ବାପାଙ୍କୁ ମାରନା ମାରନା କହି ଜୋରସୋରରେ ଚିତ୍କାର କରିବା ସହ ପଛକୁ ଭିଡିଥିଲେ। ଅମିତାଭ କରିନାଙ୍କୁ ସମ୍ଭାଳିନେବା ପୂର୍ବରୁ ସେ ଛିଟକି ପଡି ଆହତ ହୋଇଥିଲେ। ସୁଟିଂ ସେଟରେ ନିଜେ ଅମିତାଭ କରିନାଙ୍କ ଗୋଡରେ ଔଷଧ ଲଗାଇ ପଟି କରିଦେଉଥିବାର ଏହି ଫଟୋଟି ପୁଣି ତାଜା କରିଦେଇଛି ସ୍ମୃତିକୁ।  ଅମିତାଭ ବେବି କରିନାଙ୍କୁ କୋଳକୁ ଉଠାଇ ନେଇ ବୁଝାସୁଝା କରି ଶାନ୍ତ କରିବା ପରେ ପୁଣି ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା।  

{"id":113312}

ଆଜିକାଲି ଅମିତାଭ ଋମୀ ଜାଫ୍ରୀଙ୍କ ଫିଲ୍ମ ଚେହେରାର ସୁଟିଂରେ ବ୍ୟସ୍ତ ରହୁଛନ୍ତି। ତାଙ୍କ କୋ ଷ୍ଟାର ଇମ୍ରାନ ହାସ୍ମୀ ଥିବା ବେଳେ ଫିଲ୍ମର ଫାଷ୍ଟ ଲୁକ ଆସିଗଲାଣି। ଯାହାକୁ ବେଶ ପସନ୍ଦ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.