Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଅମିତାଭ ଟ୍ବିଟ୍‌ରରେ ସେୟାର କଲେ କରୋନା ସମ୍ପର୍କୀତ ଭୁଲ୍ ତଥ୍ୟ: ୟୁଜର କହିଲେ…

23/03/2020 at 7:14 PM

ମୁମ୍ବାଇ୨୩/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରବିବାର ଦେଶରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଥିଲା। କରୋନା ଭଳି ଭୟଙ୍କର ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ଦେଶବାସୀଙ୍କୁ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ସନ୍ଧ୍ୟା ୫ଟାରେ କରୋନା ଫାଇଟରଙ୍କୁ ତାଳି, ଘଣ୍ଟ ବଜାଇ ସମ୍ମାନ ଜଣାଇଥିଲେ| ଅନେକ ନେତା, ରାଜନେତା, ବଲିଉଡ ସେଲିବ୍ରିଟି, ସାଧାରଣ ଜନତା ତାଳି ବଜାଇ ସୁରକ୍ଷାକର୍ମୀ ଏବଂ ଜରୁରୀ ସେବାରେ ଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ | ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ପରିବାର ମଧ୍ୟ ଏଥିରେ ସାମିଲ ହୋଇଥଲେ|

ତାଳି ବଜାଇବା ଦ୍ୱାରା କରୋନା ସଂକ୍ରମଣ ନଷ୍ଟ ହୋଇଯାଇଥାଏ ବୋଲି ସୋସିଆଲ ମିଡ଼ିଆରେ ଗୁଜବ ସୃଷ୍ଟି ହୋଇଥିଲା| ଏହା ମିଥ୍ୟା ଖବର ହୋଇଥିବା ସତ୍ତ୍ବେ ଅମିତାଭ ବଚ୍ଚନ ଟ୍ୱିଟ କରି କହିଥିଲେ, “ଏକ ଉପଦେଶ ଦିଆଯାଇଛି, ମାର୍ଚ୍ଚ ୨୨ ତାରିଖ ଅମାବାସ୍ୟା ଅର୍ଥାତ ମାସର କାଳ ରାତ୍ରି | ଏହି ରାତିରେ ଭାଇରସ, ବ୍ୟାକ୍ଟେରିଆ, ନକରାତ୍ମକ ଶକ୍ତି ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି| କିନ୍ତୁ ଶଙ୍ଖ ଫୁଙ୍କିବା ଦ୍ୱାରା ଭାଇରସ ଦୁର୍ବଳ ହୋଇଯାଇଥାଏ। ଚନ୍ଦ୍ର ରେବତୀ ନକ୍ଷତ୍ରରେ ପ୍ରବେଶ କରୁଛନ୍ତି| ଯାହାଫଳରେ ଶରୀରରେ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ”।

କିନ୍ତୁ ଅମାବାସ୍ୟା ୨୨ ତାରିଖରେ ନୁହେଁ ୨୪ ତାରିଖରେ ପଡୁଛି | ଆଉ ଏକ କଥା, ତାଳି ବଜାଇବା କିମ୍ବା ଶଙ୍ଖ ଫୁଙ୍କିବା ଦ୍ୱାରା କରୋନା ଭାଇରସ ନଷ୍ଟ ହୋଇ ନଥାଏ | ଏ ସମ୍ପର୍କରେ ଅମିତାଭ ଜାଣି ନଥିଲେ | ନ ଜାଣି ଟ୍ୱିଟରରେ ଏହିଭଳି ସୂଚନା ଦେବା ଭୁଲ୍ ବୋଲି ୟୁଜର ତାଙ୍କୁ ଆକ୍ଷେପ କରିଥିଲେ | ଅନେକ ୟୁଜର ଅମିତାଭଙ୍କ ଏହି ସୂଚନାକୁ ଫେକ୍ ବୋଲି କହିଛନ୍ତି | ଏହାପରେ ଅମିତାଭ ଏହି ଟ୍ୱିଟକୁ ଡିଲିଟ୍ କରି ଦେଇଥିଲେ | ବେଳେବେଳେ ଏହିଭଳି ଭୁଲ୍ ତଥ୍ୟ ଅନେକ ଲୋକଙ୍କ ଦ୍ୱାରା ହୋଇଥାଏ |

ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ଅମିତାଭ ନିଜ ପରିବାର ସହ ସନ୍ଧ୍ୟା ୫ଟା ରେ ତାଳି ଏବଂ ଘଣ୍ଟ ବଜାଇ କରୋନା ଫାଇଟରଙ୍କୁ ଧନ୍ୟବାଦ ଜଣାଇଥିଲେ | ସେ ଏହାର ଭିଡିଓ ମଧ୍ୟ ଟ୍ୱିଟରରେ ସେୟାର କରିଥିଲେ | ଏ ନେଇ ଅମିତାଭ କହିଥିଲେ ଏହା ଏକତାର ବିଜୟ | ଏହିଭଳି ସଙ୍କଟ ପରିସ୍ଥିତିରେ ଦେଶବାସୀଙ୍କୁ ମିଳିମିଶି ଏହାର ମୁକାବିଲା କରିବା ଉଚିତ |

   Related Posts