ଜ୍ୱର ଉପସମ ହୋଇଛି ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି ଜଣାଇଲେ ଅମିତାଭ, ଜାଣନ୍ତୁ କ'ଣ ହୋଇଛି ତାଙ୍କର

Published By : Prameya-News7 Bureau | December 25, 2019 IST

ମୁମ୍ବାଇ :  ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ଏବେ ତାଙ୍କ ଫ୍ୟନ୍ସ ଖୁବ୍ ଚିନ୍ତିତ। ଗତ ସପ୍ତାହରେ ତାଙ୍କୁ ଜ୍ୱର ହୋଇଥିଲା। ତେବେ ସେ ଏଯାଏଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିନାହାନ୍ତି। ଡାକ୍ତର ତାଙ୍କୁ ଘରେ ବିଶ୍ରାମ ନେବାକୁ କହିଛନ୍ତି।  ଏକ ବ୍ଲଗ୍‌ରେ ସେ ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ସୂଚିତ କରିଛନ୍ତି। ଯାହା ଏବେ ତାଙ୍କ ଫ୍ୟାନ୍ସଙ୍କୁ ଅଧିକ ଚିନ୍ତାରେ ପକାଇ ଦେଇଛି। ତାଙ୍କ ଜ୍ୱରର କାରଣ ସାଧାରଣ ନୁହେଁ ବୋଲି ଏବେ ଫ୍ୟାନ୍ସ ଜାଣି ଯିବା ପରେ ତାଙ୍କ ଲାଗି ପୂଜାର୍ଚ୍ଚନା ବି ଆରମ୍ଭ କରିଦେଲେଣି।

{"id":202570,"width":580,"height":375,"sizeSlug":"large"}

ଅମିତାଭ ଅସୁସ୍ଥ ହେଲେ ଫ୍ୟାନ୍ସ ପୂଜାର୍ଚ୍ଚନା କରିବା କିଛି ନୂଆ କଥା ନୁହେଁ । ଅତୀତରେ ବି ସେ ଏକଦା ଅସୁସ୍ଥ ହୋଇପଡିଥିବା ବେଳେ ସାରା ଦେଶରେ ତାଙ୍କ ଲାଗି ଲୋକେ ପ୍ରାର୍ଥନା କରିଥିଲେ। ତେବେ ଏଥର ଅସୁସ୍ଥ ହେବା ଯୋଗୁ ତାଙ୍କ ଜୀବନଜାକର ଉପଲବ୍ଧି ଲାଗି ଭାରତ ସରକାରଙ୍କ ସ୍ୱୀକୃତି 'ଦାଦା ସାହେବ ଫାଲକେ' ପୁରସ୍କାର ଗ୍ରହଣ କରିପାରିନାହାନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଖାସ୍ ତାଙ୍କ ଲାଗି ୨୯ ଡିସେମ୍ବରରେ ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବ ଲାଗି ଘୋଷଣା କରିଛନ୍ତି। ହେଲେ ସେ ଯୋଗଦେଇପାରିବେ କି ନା ତାହା କିନ୍ତୁ ସ୍ପଷ୍ଟ ହୋଇପାରିନି।

{"id":202571,"width":578,"height":391,"sizeSlug":"large"}

ଅମିତାଭ ତାଙ୍କ ବ୍ଲଗ୍‌ରେ ଗର୍ଦ୍ଦନ, ହେମଷ୍ଟ୍ରିଂ ଓ କଚଟିରେ ପୂର୍ବରୁ ଆଘତ ଥିବା ଉଲ୍ଲେଖ କରିଛନ୍ତି। ହେମଷ୍ଟ୍ରିଂରେ ଆଘାତ ଯୋଗୁ ତାଙ୍କ ପିଠିରେ ଭୀଷଣ ଯନ୍ତ୍ରଣା ହେଉଛି। ଏଣୁ ସେ ବସି ପାରୁନାହାନ୍ତି। ଏଥିଲାଗି ତାଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ନିଶ୍ୱାସ ନେବାକୁ ପଡୁଛି। ଯଦିଓ ଜ୍ୱର ଆଉ ଆସିନି ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନି। ଏଣୁ ଲୋକେ ତାଙ୍କ ବ୍ଲଗ୍‌ ପଢିବା ପରେ ତାଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି। କିଛି ସମୟ ପୂର୍ବରୁ ଅମିତାଭ ଲଗାତାର କାମରେ ବ୍ୟସ୍ତ ଥିଲେ। ଗୋଟିଏପଟେ  ଇମ୍ରାନ ହାସ୍ମୀଙ୍କ ସହ 'ଚେହେରେ'ର ସୁଟିଂ କରୁଥିବା ବେଳେ ଅପରପଟେ ଆୟୁଶ୍ମାନ ଖୁରାନାଙ୍କ ସହ 'ଗୁଲାବୋ ସିତାବୋ'ର ସୁଟିଂରେ ବ୍ୟସ୍ତ ଥିଲେ। ଗୁଲାବୋର ସୁଟିଂ ଶେଷ ହେବାମାତ୍ରେ 'ବ୍ରହ୍ମାସ୍ତ୍ର'ର ସୁଟିଂ ଲାଗି ମନାଲୀ ଚାଲିଯାଇଥିଲେ।

{"id":202572,"width":582,"height":392,"sizeSlug":"large"}

ସେଠାରେ ସେ ଭୀଷଣ ଥଣ୍ଡାରେ ସୁଟିଂ କରିବାକୁ ବାଧ୍ୟ ହୋଇଥିଲେ। କିଛି ସମୟ ପୂର୍ବରୁ ସେ ହସ୍ପିଟାଲରୁ ଫେରିଥିବା ବେଳେ ଏଭଳି ବିଜି ସୁଟିଂ ସିଡ୍ୟୁଲ ତାଙ୍କୁ ପୁଣି ଅସୁସ୍ଥ କରିଦେଇଛି। ଅପରପକ୍ଷେ ସେ ମନାଲୀ ଯିବା ଲାଗି ସଡକ ପଥରେ ଯାଇଥିଲେ। ଯାତ୍ରା କ୍ଲେଶଦାୟକ ଥିଲା ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ। ତେବେ ଅମିତାଭ ଅସୁସ୍ଥ ହେବା ପରେ ତାଙ୍କର ଲୋକପ୍ରୀୟ ଟିଭି କାର୍ଯ୍ୟକ୍ରମ 'କୌନ ବନେଗା କରୋଡପତି'ର ସୁଟିଂ ବି ବନ୍ଦ ହୋଇଯାଇଛି। ସେ ପୂର୍ବଥର ଅସୁସ୍ଥ ହେବା ପୂର୍ବରୁ ୧୨ ଘଣ୍ଟା ଧରି କେବିସିର ଗ୍ରାଣ୍ଡ ଫିନାଲେ ସୁଟିଂ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.