Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅମିତାଭଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ଦମଦାର ସ୍ପିଚ୍‌ର ଭିଡିଓ ଭାଇରାଲ

23/12/2019 at 2:55 PM

ମୁମ୍ବାଇ୨୩|୧୨: ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣିୀ ତଥା ଐଶ୍ବର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିକଟରେ ଇଣ୍ଟରନେଟ୍‌ରେ ଏହି ଭିଡିଓ ପୋଷ୍ଟ କରାଯାଇଥିଲା। ଆରାଧ୍ୟାଙ୍କର ଏହି ଭିଡିଓ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଆରାଧ୍ୟା ମହିଳାମାନଙ୍କୁ ନେଇ ଏକ ଦମଦାର ସ୍ପିଚ୍ ଦେଇଛନ୍ତି ।

ସମଗ୍ର ଦେଶରେ ଲଗାତାର ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ବିରୋଧ କରି ସେ ଏକ ସ୍ପିଚ୍‌ ଦେଇଛନ୍ତି। ତେବେ ଆରାଧ୍ୟାଙ୍କର ଏହି ଭିଡିଓ ଦେଖିବା ଓ ଶୁଣିବା ପରେ ବହୁତ ଶାନ୍ତି ମିଳିବ । ଏହି ଭିଡିଓରେ ଆରାଧ୍ୟା, ଦେବୀଙ୍କ ରୂପରେ ନଜର ଆସୁଛନ୍ତି। ଭିଡିଓରେ ଆରାଧ୍ୟା ଷ୍ଟେଜରେ ଖୁବ୍‌ ସୁନ୍ଦର ଭାବେ ଏକ ସ୍ପିଚ୍ ଦେଉଛନ୍ତି । ଏହି ସ୍ପିଚ୍ କହୁଥିବା ସମୟରେ ଆରାଧ୍ୟାଙ୍କ କଥା କହିବା ଶୈଳୀ ବେଶ ପ୍ରଶଂସନୀୟ ।

ଆରାଧ୍ୟା ନିଜର ଦମ୍‌ଦାର ସ୍ବରରେ ସ୍ପିଚ୍ ଦେଇଛନ୍ତି। ଆରାଧ୍ୟା ନିଜ ସ୍କୁଲର ଆନୁଆଲ୍ ଡେରେ ଏହି ପ୍ରଦର୍ଶନ କରିଥିଲେ । ସ୍କୁଲରେ ବଚ୍ଚନ ପରିବାର ବ୍ୟତୀତ, ଦର୍ଶକ ମାନଙ୍କ ମଧ୍ୟରେ ଶାହରୁଖ୍ ଖାନ୍ ମଧ୍ୟ ନଜର ଆସିଥିଲେ । ଷ୍ଟେଜରେ ଆରାଧ୍ୟାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ତାଙ୍କ ପ୍ରଶଂସା କରିଥିଲେ ।

   Related Posts