ସୋସିଆଲ ମିଡ଼ିଆରେ ବିଗ ବି ଅମିତାଭ ସେୟାର କଲେ ପତି-ପତ୍ନୀ ଜୋକ : ପଢିଲେ ଆପଣ ମଧ୍ୟ ହସିବେ

Published By : Prameya-News7 Bureau | April 23, 2019 IST

ମୁମ୍ବାଇ ୨୩/୪ : ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ଫିଲ୍ମରେ ସବୁବେଳେ ସିରିଏସ ଅଭିନୟ କରନ୍ତି | କିନ୍ତୁ ଅସଲ ଜୀବନରେ ସେ ବହୁତ ମଜାଳିଆ ସ୍ୱଭାବର | ସେ ଥଟ୍ଟା ମଜାକ କରିବାକୁ ଭଲପାଆନ୍ତି | ସେ ସମସ୍ତଙ୍କୁ ହସାଇବାରେ ପାରଙ୍ଗମ | ବିଗ ବି ଅମିତାଭ ସୋସିଆଲ ମିଡ଼ିଆରେ ବହୁତ ଆକଟିଭ | ସେ ବ୍ଲଗ ଲେଖିବା ସହ ଛୋଟ ବଡ ପ୍ରସଙ୍ଗରେ ନିଜ ମତାମତ ମଧ୍ୟ ରଖନ୍ତି | ସେ ସୋସିଆଲ ମିଡ଼ିଆରେ ନିଜ ଫିଲ୍ମର ପ୍ରମୋସନ ମଧ୍ୟ କରିଥାନ୍ତି | ସେ ବେଳେବେଳେ ସୋସିଆଲ ମିଡ଼ିଆରେ ଜୋକ ମଧ୍ୟ ସେୟାର କରନ୍ତି |

{"id":106292}


ବିଗ ବି ଅମିତାଭ ରବିବାର ଦିନ ନିଜ ପ୍ରଶଂସକଙ୍କୁ ଖୁସି କରିବା ପାଇଁ ସୋସିଆଲ ମିଡ଼ିଆରେ କିଛି ଜୋକ ସେୟାର କରିଥିଲେ | ସେ ହିନ୍ଦୀରେ ଏକ ଜୋକ ଲେଖିଥିଲେ | ଜୋକଟି କଣ ପଢନ୍ତୁ :


"ପତ୍ନୀ : ବିବାହ ପୂର୍ବରୁ ତୁମେ ମୋତେ ହୋଟେଲ, ସିନେମା ଆଉ ଅନେକ ଜାଗା ବୁଲେଇ ନେଉଥିଲା | କିନ୍ତୁ ବାହାଘର ପରେ ଘରୁ ବାହାରକୁ କୁଆଡେ ହେଲେ ନେଉନ |
ପତି : ତୁମେ କ'ଣ କେବେ ନିର୍ବାଚନ ପରେ ପ୍ରଚାର କରିବା ଦେଖିଛ ?"

{"id":106293}
wp:core-embed/twitter {"url":"https://twitter.com/SrBachchan/status/1119819720499220487","type":"rich","providerNameSlug":"twitter","className":""}
https://twitter.com/SrBachchan/status/1119819720499220487
/wp:core-embed/twitter


ଗତ ୧୧ ବର୍ଷ ହେଲା ବ୍ଲଗ ଲେଖୁଥିବା ଅମିତାଭ ବଚ୍ଚନ ନିଜ ଅନୁଭୂତି ସେୟାର କରିଛନ୍ତି |
ନିକଟରେ ପରଦାକୁ ଆସିଥିବା ଅମିତାଭଙ୍କ ଫିଲ୍ମ ବଦଲା ହିଟ ହୋଇଥିଲା | ଫିଲ୍ମରେ ଅମିତାଭ ଜୋରଦାର ଅଭିନୟ କରିଥିଲେ | ଫିଲ୍ମରେ ତାଙ୍କ ସହ ଅଭିନୟ କରିଥିଲେ ତାପସି ପାନୁ | ଏବେ ଅମିତାଭ ତାଙ୍କର ଆଗାମୀ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂରେ ବ୍ୟସ୍ତ ଅଛନ୍ତି | ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି |

{"id":106291}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.