Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅମିତାଭ ବଚ୍ଚନ ମଧ୍ୟ ଗୋଟେ ସମୟରେ ଏହି ଅଭିନେତ୍ରୀଙ୍କ ଦିୱାନା ଥିଲେ, ହେଲେ ଏବେ କରୁଛନ୍ତି ଏମିତି କାମ

ମୁମ୍ବାଇ ୨୨/୫: ଆଜି ଆମେ ଜାଣିବା ଏପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯିଏ ହିନ୍ଦୀ ଫିଲ୍ମରେ ନିଜ ସୈାନ୍ଦର୍ଯ୍ୟ ପାଇଁ ଚର୍ଚ୍ଚିତ ଥିଲେ। କିନ୍ତୁ ବର୍ତ୍ତମାନ ସେ ବଲିଉଡରୁ ଗାୟବ ହୋଇଯାଇଛନ୍ତି। ତାଙ୍କୁ ଲୋକେ ବହୁତ କମ୍ ଜାଣିଛନ୍ତି।

ଏହି ଅଭିନେତ୍ରୀଙ୍କ ପାଇଁ ଅମିତାଭ ବଚ୍ଚନ ମଧ୍ୟ ପାଗଳ ଥିଲେ। ଏହି ଅଭିନେତ୍ରୀଙ୍କ ନାଁ ହେଉଛି ପ୍ରୀତି ସାପ୍ରୃ । ପ୍ରୀତି ବଲିଉଡ ବ୍ୟତୀତ ପଞ୍ଜାବୀ ଫିଲ୍ମରେ ସୁପରଷ୍ଟାର ଥିଲେ। ସବୁବେଳେ ସପୋଟିଙ୍ଗ୍ ଭୂମିକାରେ  ଅଭିନୟ କରିଥିବା ପ୍ରୀତି ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ପ୍ରୀତି କେତେକ ଫିଲ୍ମର ନିର୍ଦେଶନା ମଧ୍ୟ ଦେଇଛନ୍ତି। ପ୍ରୀତି ‘ଲାଓ୍ବାରିଶ’ ଏବଂ ‘ଅର୍ଜ୍ଜୁନ’ ଭଳି ଫିଲ୍ମରେ କାମ କରିଛନ୍ତି। ସେ ‘କୁରବାନି ଜଟ ଦି’ ଭଳି ଫିଲ୍ମର ନିର୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ପ୍ରୀତି କେତେକ ହିନ୍ଦୀ ଫିଲ୍ମର କାହାଣୀ ମଧ୍ୟ ଲେଖିଛନ୍ତି। ପ୍ରୀତି ଜଣାଶୁଣା ଅଭିନେତା ଡିକେ ସାପ୍ରୁଙ୍କ ଝିଅ। ସେ ୩୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଭାଇ ତେଜ ସାପ୍ରୃ ମଧ୍ୟ ଜଣେ ଅଭିନେତା।

ପ୍ରୀତି ୧୩ବର୍ଷ ବୟସରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ସେ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି ବରଂ ଜଣେ ସଫଳ ନିର୍ଦ୍ଦେଶିକା ମଧ୍ୟ। ସେ ସମାଜ କଲ୍ୟାଣ କାମ ସହ ମଧ୍ୟ ଜଡ଼ିତ। ଚଳିତ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରୁଥିବା ମଧ୍ୟ ନଜର ଆସିଛନ୍ତି ପ୍ରିତୀ । ପ୍ରୀତି ସାପ୍ରୃ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ବିଶେଷ ଭାବେ ପ୍ରଭାବିତ। ବିଜେପି ସହ ମିଶି ସେ ପଞ୍ଜାବର ଡ୍ରଗ୍ସ ସମସ୍ୟାର ଅନ୍ତ କରିବାକୁ ଚାହୁଁଛନ୍ତି।

370 Views

   ସମ୍ବନ୍ଧିତ ଖବର