Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ବିଗ୍ ବିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍, ଅମିତାଭଙ୍କ ସ୍ଥାନରେ ଇମ୍ରାନ ଖାନ୍‌ଙ୍କ ଫଟୋ !

11/06/2019 at 10:22 AM

ମୁମ୍ବାଇ ୧୧|୬: ଅମିତାଭ ବଚ୍ଚନଙ୍କ ଟ୍ବିଟର ଆକାଉଂଟ ହ୍ୟାକ୍ ହୋଇଛି । ବିଗ୍ ବିଙ୍କ ସ୍ଥାନରେ ହ୍ୟାକର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଇଦେଇଛି । ଅମିତାଭଙ୍କ ପ୍ରୋଫାଇଲରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି । ଆକାଉଂଟରେ ଲଭ୍ ପାକିସ୍ତାନ ବୋଲି ଲେଖାଯାଇଛି ।

ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍ ମଧ୍ୟ ଡିଲିଟ୍ କରାଯାଇଛି । ମୁମ୍ବାଇ ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେବା ସହିତ ଯାଂଚ ଆରମ୍ଭ କରିଛି । ମୁମ୍ବାଇର ସାଇବର ସେଲ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅମିତାଭଙ୍କ ଟ୍ୱିଟର ଆକାଉଂଟ ହ୍ୟାକ୍ କରିବାର ଉଦ୍ଦେଶ୍ୟ କ’ଣ ତାହା ଏଯାଏଁ ଜଣାପଡ଼ିନାହିଁ । ବିଗ ବିଙ୍କ ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛି ତାହା ସ୍ପଷ୍ଟ ହୋଇନାହିଁ ।

ହ୍ୟାକ୍ ପଛରେ ପାକିସ୍ତାନ ସମର୍ଥିତ ହ୍ୟାକରଙ୍କ ହାତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଟ୍ୱିଟର ଜରିଆରେ ଅମିତାଭ ତାଙ୍କ ମନକଥା ଖୋଲି ଲୋକଙ୍କ ପାଖରେ ରଖନ୍ତି । ଟ୍ୱିଟର ଓ ଇନଷ୍ଟ୍ରାଗ୍ରାମ ଆଦି ପ୍ଲାଟର୍ଫମ ଜରିଆରେ ଅମିତାଭ ପ୍ରଶଂସକଙ୍କ ସହ ଯୋଡ଼ି ହେବା ସହ ସମସ୍ତ ଅପଡ଼େଟ୍ ଦିଅନ୍ତି । ଅମିତାଭ ବଚ୍ଚନ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରିୟ । ଏହାର ଫାଇଦା ଉଠାଇ ବିଗ ବିଙ୍କୁ ବଦନାମ କରିବାର ପ୍ରୟାସ ହୋଇଛି ।

   Related Posts