Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଭାଙ୍ଗିବ କି ବିଗ୍‌ ବିଙ୍କ ‘ପ୍ରତିକ୍ଷା’ ? ବିଏମସିର ନୋଟିସ୍‌ ସତ୍ତ୍ଵେ କାର୍ଯ୍ୟାନୁଷ୍ଠାନ ନହେବାରୁ ଉଠିଲା ପ୍ରଶ୍ନ

3/07/2021 at 9:03 PM

ମୁମ୍ବାଇ ୩/୦୭: ସତରେ କଣ ଭାଙ୍ଗିଯିବ ଅମିତାଭ ବଚ୍ଚନଙ୍କ ପ୍ରତିକ୍ଷାର କାନ୍ଥ ?  ବିଗ୍‌ ବିଙ୍କ ଜୁହୁ ସ୍ଥିତ ବଙ୍ଗଳା ‘ପ୍ରତିକ୍ଷା’ ସାମ୍ନା ଦେଇ ଯାଇଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ ବିଏମସି ଆକ୍ସନ ମୁଡରେ ଥିବା ଶୁଣିବାକୁ ମିଳୁଛି। କିନ୍ତୁ ଏଥିପାଇଁ ୪ ବର୍ଷ ପୂର୍ବରୁ ବିଏମସି ପକ୍ଷରୁ ନୋଟିସ୍‌ ଦେଇ ଅମିତାଭ ଏବଂ ତାଙ୍କର ପଡ଼ୋଶୀଙ୍କୁ ସ୍ଥାନ ଦେବାକୁ କୁହାଯାଇଥିଲା। ସେହି ସମୟରେ ତାଙ୍କର ପଡ଼ୋଶୀ ସ୍ଥାନ ଦେବାକୁ ରାଜି ହୋଇଥିବା ବେଳେ ଅମିତାଭ ବଚ୍ଚନଙ୍କ ପକ୍ଷରୁ କିଛି ସୂଚନା ମିଳିନଥିଲା।

ଏବେ ଏହି ପ୍ରସଙ୍ଗକୁ ନେଇ ଓ୍ବାର୍ଡ ନମ୍ବର  ୯୦ର କର୍ପୋରେଟର ଆଡଭୋକେଟ୍‌ ତୁଲିପ ମିରାଣ୍ଡା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ବିଏମସି ୨୦୧୭ରେ ଅମିତାଭ ବଚ୍ଚନଙ୍କୁ ରାସ୍ତା ପ୍ରଶସ୍ତିକରଣ ନେଇ ନୋଟିସ୍‌ ଦେଇଥିଲା। କିନ୍ତୁ କୌଣସି ପ୍ରତିକ୍ରିୟ ମିଳିନଥିଲା। ଯଦି ନୋଟିସ୍‌ ଜାରି ହୋଇଥିଲା ତେବେ ବିଏମସି ତାଙ୍କ ପାଖରୁ ଜାଗା କାହିଁକି ନେଲା ନାହିଁ ? ବିଏମସି ନୋଟିସ୍‌ ଦେବା ପରେ ପୁଣି ଥରେ ଅପିଲ୍‌ କରିବାର ଆବଶ୍ୟକତା ନାହିଁ।’

ଏହା ସହ ବିଏମସି ଜାଣିଶୁଣି ଅମିତାଭଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଳମ୍ବ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। କିଛି ମିଡିଆ ରିପୋର୍ଟ ଅନୁସାରେ ୨୦୧୭​‌​‌ରେ ବିଏମସି ନୋଟିସ୍‌ କରିବା ସହ କିଛି ଲୋକଙ୍କ ପାଖରୁ ଜମି ଅଧିଗ୍ରହଣ ମଧ୍ୟ କରିଥିଲା। ଏହା ବ୍ୟତୀତ ୨୦୧୯ରେ ‘ପ୍ରତିକ୍ଷା’ର ବିଲକୁଲ୍‌ ପାଖାପାଖି ରହୁଥିବା ଅଭିନେତାଙ୍କ ପଡ଼ୋଶୀ କେ.ଭି. ସତ୍ୟମୂର୍ତ୍ତିଙ୍କ ବଙ୍ଗଳା ଭଙ୍ଗାଯାଇଥିଲା। କିନ୍ତୁ ସୁପରଷ୍ଟାରଙ୍କ ବଙ୍ଗଳା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା।

କର୍ପୋରେଟର ଏନେଇ ପ୍ରଶ୍ନ ଉଠାଇବା ପରେ ବିଏମସି ଜବାବ ରଖିଛି। ବିଏମସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୁବଶୀଘ୍ର ‘ପ୍ରତିକ୍ଷା’ ପ୍ଲଟ୍‌ ଅଧିଗ୍ରହଣ ହେବ। ଏନେଇ ଜମି ମାପ କରିବାକୁ ସିଟି ସର୍ଭେ କାର୍ଯ୍ୟାଳୟକୁ କୁହାଯାଇଛି ।   

   Related Posts