Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଅମିତାଭ ବଚ୍ଚନଙ୍କ ହିଟ୍ ଫିଲ୍ମ ‘ସେନ୍‌ସାହ’ ର ହେବ ରିମେକ୍ : ବଲିଉଡ୍‌ର ଖିଲଜି ହେବେ ହିରୋ

11/04/2020 at 7:32 PM

ମୁମ୍ବାଇ୧୨/୪: ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଫିଲ୍ମ ସେନ୍‌ସାହକୁ ବହୁ ବର୍ଷ ହୋଇଗଲାଣି| ୧୯୮୮ ମସିହାରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ | ଏହି ଫିଲ୍ମର ଡାଇଲଗ “ରିସ୍ତେ ମେଁ ତୋ ହମ ତୁମହାରେ ବାପ ଲଗ୍‌ତା ହେଁ” ଆଜି ମଧ୍ୟ ଲୋକଙ୍କ ମୁହଁରେ ରହିଛି | ଅମିତାଭଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି| ଅମିତାଭଙ୍କ ପ୍ରଶଂସକଙ୍କୁ ଏହି ଫିଲ୍ମକୁ ପୁଣିଥରେ ଦେଖିବାକୁ ମିଳିବ| ଲକଡାଉନ୍ ପରେ ଏହି ଫିଲ୍ମର ରିମେକ ତିଆର ହେବ |

୧୯୮୮ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମର ରିମେକ୍ ତିଆରି ହେବାର ଖବର ବାରମ୍ବାର ସାମ୍ନାକୁ ଆସୁଛି | ନିର୍ଦ୍ଦେଶକ ଟିନୁ ଆନନ୍ଦ ଏହି ଫିଲ୍ମର ରିମେକ୍ ତିଆରି କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା | ଫିଲ୍ମର ରିମେକ ଖବର ପୂର୍ବରୁ ଆସିଥିଲା | କିନ୍ତୁ ଅମିତାଭଙ୍କ ଭୂମିକାରେ କିଏ ଅଭିନୟ କରିବେ ତାହା ସ୍ପଷ୍ଟ ହୋଇନଥିଲା | ତେବେ ଅମିତାଭଙ୍କ ଭୂମିକାରେ ରଣବୀର ସିଂହ ଅଭିନୟ କରିବାର ସମ୍ଭାବନା ରହିଛି |

ଟିନୁ ଆନନ୍ଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ସହିନଂସା ଫିଲ୍ମର ରିମେକ ତିଆରି କରିବେ| କିନ୍ତୁ କରୋନା ମାମଲା ଶେଷ ହେବାପରେ ସେ କାମ ଆରମ୍ଭ କରିବେ ବୋଲି କହିଛନ୍ତି | ତେବେ କାମ କେବେଠାରୁ ଆରମ୍ଭ କରିବେ କେବେ ରିଲିଜ କରିବେ ତାହା ସେ ସ୍ପଷ୍ଟ କରିନାହାନ୍ତି | କିନ୍ତୁ ରିମେକ ତିଆରି କରିବେ ତାହା ସ୍ପଷ୍ଟ କରିଛନ୍ତି | ତେବେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅର୍ଥାତ ହିରୋ କିଏ ହେବେ ତାହା ସେ ଏବେ ଯାଏଁ ଫାଇନାଲ କରିନାହାନ୍ତି କିନ୍ତୁ ସେ ମୁଖ୍ୟ ଚରିତ୍ର ରଣବୀର ସିଂହ କରନ୍ତୁ ବୋଲି ସେ ଆଶା କରିଛନ୍ତି | ତେବେ ଲକଡାଉନ ପରେ ଉଭୟ ଏ ସମ୍ପର୍କରେ ଆଲୋଚନା କରିବେ |

ସେ କହିଛନ୍ତି ଯେ, ଫିଲ୍ମର ରିମେକ ପାଇଁ ଲୋକେ ଅନେକ ଥର ଟାଇଟସ କିଣିବା ପାଇଁ ଆସିଛନ୍ତି | ସେଥିପାଇଁ ସେ ଭାବିଲେ ନିଜେ ହିଁ ଏହାର ରିମେକ କରିବେ | ସହିନଂସା ୩୨ ବର୍ଷ ପୂର୍ବରୁ ବଡ ପରଦାରେ ରିଲିଜ ହୋଇଥିଲା | ବର୍ତ୍ତମାନ ଏହି ଫିଲ୍ମର ରିମେକ ନିର୍ମାଣ ହେଲେ ଏହାକୁ ବଦଳାଇ ମଡ଼େନାଇଜ କରାଯିବ |

ଏହା ପୂର୍ବରୁ ୨୦୧୬ ମସିହାରେ ଖବର ଆସିଥିଲା ଯେ ସହିନଂସା ପୁଣିଥରେ ତିଆରି କରାଯାଉଛି | କିନ୍ତୁ ଏଭଳି ହୋଇନଥିଲା | ପୁରୁଣା ସହିନଂସାରେ ଅମିତାଭ ବଚ୍ଚନ, ମିନାକ୍ଷୀ ଶିଷାଦ୍ରୀ, ପ୍ରେମ ଚୋପଦା, ଅମରେଶ ପୁରୀ, କାଦର ଖାନ, ପ୍ରାଣ, ସୁପ୍ରିୟା ପାଠକ ଅଭିନୟ କରିଥିଲେ | ଫିଲ୍ମ ନିର୍ଦେଶକ ଥିଲେ ତନୁ ଆନନ୍ଦ | ୧୯୮୮ ମସିହା ଫେବୃଆରୀ ୧୨ ତାରିଖରେ ଫିଲ୍ମ ରିଲିଜ ଵୋଇଥିଲା | ସେତେବେଳେ ଫିଲ୍ମ ନିଜର ବଜେଟ ପାର କରି ସୁପରହିଟ ହୋଇଥିଲା |

   Related Posts