ଗ୍ରାଜୁଏଟ୍ ହେବା ପରେ ବ୍ୟବସାୟ ଆରମ୍ଭ କଲେ ଅମିତାଭଙ୍କ ନାତୁଣୀ ନବ୍ୟା : ମାମୁଁ ଅଭିଷେକ କହିଲେ, ମୁଁ ଭାରି ଖୁସି

Published By : Prameya-News7 Bureau | May 13, 2020 IST

ମୁମ୍ବାଇ ୧୩/୫: ଅଧିକାଂଶ ସମୟରେ ଆମେ ଦେଖିଥାଉ ଷ୍ଟାରକିଡସ୍ ବଡ଼ ହୋଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର କ୍ୟାରିୟର ଖୋଜିଥାନ୍ତି। କିନ୍ତୁ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଏହି ଟ୍ରେଣ୍ଡକୁ ବଦଳିବାକୁ ଉଦ୍ୟମ କରିଛନ୍ତି। ନବ୍ୟା ନଭେଲି ନନ୍ଦା ଗ୍ରାଜୁଏସନ୍ ପରେ ଜ​‌ଣେ ବିଜନେସ୍ ଓମ୍ୟାନ୍ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ମାଆ ଏବଂ ତାଙ୍କ ମାମୁଁ ଦୁହେଁ ବହୁତ ଖୁସି ଅଛନ୍ତି।

wp:core-embed/instagram {"url":"https://www.instagram.com/p/CADKu4IBnCU/","type":"rich","providerNameSlug":"instagram","className":""}
https://www.instagram.com/p/CADKu4IBnCU/
/wp:core-embed/instagram

ଅମିତାଭ ବଚ୍ଚନ ନିଜ ନାତୁଣୀଙ୍କ ଗ୍ରାଜୁଏଟ୍ ହେବାର ଖୁସିକୁ ଫ୍ୟାନଙ୍କ ଗହଣରେ ସେୟାର କରିଥିଲେ। ନବ୍ୟା ନ୍ୟୁୟର୍କରୁ ନିଜ ଗ୍ରାଜୁଏସନ୍ ପୂରା କରିଛନ୍ତି। ଗ୍ରାଜୁଏସନ୍ ପରେ ନବ୍ୟା ମହିଳାଙ୍କ ପାଇଁ ଏକ ଏପରି ପ୍ଲାଟଫର୍ମ ଲଞ୍ଚ କରିଛନ୍ତି ଯାହା ତାଙ୍କ ମାଆ ଶ୍ବେତା ନନ୍ଦା ଏବଂ ମାମୁଁ ଅଭିଷେକ ବଚ୍ଚନଙ୍କୁ ଅତ୍ୟନ୍ତ ଗର୍ବ ଅନୁଭବ ହୋଇଛି।

{"id":269509,"sizeSlug":"large"}

ନବ୍ୟା ସୋସିଆଲ ମିଡିଆରେ ଆରା ହେଲଥ୍ ନାମକ ଏକ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି। ଯାହା ଜରିଆରେ ମହିଳାଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ ସମସ୍ୟାରୁ ସାହାଯ୍ୟ ମିଳିପାରିବ। ନବ୍ୟାଙ୍କ ଏହି ଉପଲବ୍ଧିରେ ମାମୁଁ ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଲେଖିଛନ୍ତି,‘ ବହୁତ ବଢ଼ିଆ ନବ୍ୟା, ସେ ନବ୍ୟାଙ୍କ ପାଇଁ ଗର୍ବିତ।’

{"id":269510,"sizeSlug":"large"}

ନବ୍ୟା ନବେଲି ନନ୍ଦା ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହଁନ୍ତି କିନ୍ତୁ ତାଙ୍କ ଫଟୋ ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ଛାଇ ଯାଇଥାଏ। ସେ ଲାଇମଲାଇଟରୁ ଦୂରରେ ରହୁଥିଲେ ମଧ୍ୟ ତାଙ୍କ ଫ୍ୟାନ୍ ତାଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ତାଙ୍କୁ ସୋସିଆଲ ମିଡିଆରେ ସର୍ଚ୍ଚ କରନ୍ତି।

{"id":269513,"width":594,"height":334,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.