ନିଜ ଗେହ୍ଲୀ ନାତୁଣୀଙ୍କୁ ଭିନ୍ନ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଗ୍ ବି ଅମିତାଭ ବଚ୍ଚନ : ସେୟାର କଲେ ୯ବର୍ଷର ୯ଟି ଫଟୋ

Published By : Prameya-News7 Bureau | November 16, 2020 IST

ମୁମ୍ବାଇ ୧୬/୧୧: ଅମିତାଭ ବଚ୍ଚନଙ୍କ ନାତୁଣୀ ଏବଂ ଅଭିଷେକ ବଚ୍ଚନ-ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟାଙ୍କ ଆଜି ନବମ ଜନ୍ମଦିନ। ଆରାଧ୍ୟା ବଚ୍ଚନ ପରିବାରର ସବୁଠୁ ସାନ ଏବଂ ସବୁଠୁ ଗେହ୍ଲା ସଦସ୍ୟ। ଆଜି ତାଙ୍କ ନବମ ଜନ୍ମଦିନରେ ବଚ୍ଚନ ପରିବାରରେ ଖୁସିର ମାହୋଲ୍ ରହିଛି। କିନ୍ତୁ କରୋନା କାରଣରୁ କୌଣସି ଧରଣର ଗ୍ରାଣ୍ଡ ସେଲିବ୍ରେସନ କରାଯାଇନାହିଁ। ସମସ୍ତେ ନିଜ ନିଜ ଅନ୍ଦାଜରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଅମିତାଭ ବଚ୍ଚନ ନିଜ ଗେହ୍ଲୀ ନାତୁଣୀଙ୍କ ଜନ୍ମଦିନରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

wp:html
/wp:html

ଅମିତାଭ ସୋସିଆଲ୍ ମିଡିଆରେ ମଧ୍ୟ ଆରାଧ୍ୟାଙ୍କଜନ୍ମଦିନର ଖୁସି ସେୟାର କରିଛନ୍ତି। ସେ ନିଜର ଅଲିଅଳି ନାତୁଣୀଙ୍କ ଫଟୋଗୁଡ଼ିକର କୋଲାଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ଏଥିରେ ଆରାଧ୍ୟାଙ୍କ ୯ବର୍ଷ ପର୍ଯ୍ୟନ୍ତ ୯ଟି ଫଟୋ ରହିଛି। ଅମିତାଭ ଫଟୋ ସେୟାର କରି ଲେଖିଛନ୍ତି ଯେ,‘ ଜନ୍ମଦିନର ଶୁଭକାମନା ଆରାଧ୍ୟା,ମୋର ସମସ୍ତ ସ୍ନେହ ତୁମର।’ ଏହା ସହିତ ସେ କିଛି ରେଡ ହାର୍ଟ ଇମୋଜୀ ପୋଷ୍ଟ୍ କରିଛନ୍ତି।

{"id":362514,"sizeSlug":"large"}

ଆରାଧ୍ୟାଙ୍କ ସମସ୍ତ ଫଟୋରେ ବିଗ୍ ବି ନମ୍ବର ମଧ୍ୟ ଦେଇଛନ୍ତି। ଯାହା ଜରିଆରେ ସେ ଏହା କହିବାକୁ ଉଦ୍ୟମ କରିଛନ୍ତି ଯେ ଯେତେବେଳେ ଆରାଧ୍ୟା ବର୍ଷକର ଥିଲେ କେମିତି ଦେଖାଯାଉଥିଲେ,୨ବର୍ଷରେ କେମିତି ଦେଖାଯାଉଥିଲେ ଏବଂ ଏବେ ୯ବର୍ଷରେ କେମିତି ଦେଖାଯାଉଛନ୍ତି।ବିଗ୍ ବିଙ୍କ ଏହି ପୋଷ୍ଟରେ ଏବେ ସୁଦ୍ଧା ୩ଲକ୍ଷରୁ ବି ଅଧିକ ଲାଇକ୍ସ ଆସି ସାରିଛି। ପ୍ରଶଂସକ ଲଗାତାର କମେଣ୍ଟସ୍ ଜରିଆରେ ବଚ୍ଚନ ପରିବାରର ଅଲିଅଳୀ ଆରାଧ୍ୟା ବଚ୍ଚନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଉଛନ୍ତି।

{"id":362515,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.