ଅମିତାଭ ବଚ୍ଚନଙ୍କ ସ୍ୱରରେ ଶୁଣାଯିବ Alexa : Amazon ସହ ପାର୍ଟନରଶିପ୍

Published By : Prameya-News7 Bureau | September 14, 2020 IST

ମୁମ୍ବାଇ ୧୪/୯: ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amazon ସହ ପାର୍ଟନରଶିପ୍ କରିଛନ୍ତି। ଏହି ପାର୍ଟନରଶିପ୍ ଅନୁସାରେ ଭାରତରେ ପ୍ରଥମ ଥର Alexa ସେଲିବ୍ରିଟି ଭଏସରେ ଉପଲବ୍ଧ ହେବ।

Amazon India ମୁତାବକ ଗ୍ରାହକ ଭାରତରେ ଅମିତାଭ ବଚ୍ଚନଙ୍କ କଣ୍ଠ Alexa ରେ ପାଇ ପାରିବେ। ଏଥିପାଇଁ ଅମିତାଭ ବଚ୍ଚନ ଭୟେସ୍ ଏକ୍ସପିରିୟେନ୍ସ କିଣିବାକୁ ହେବ। ଏହି ଫିଚର ଆସନ୍ତା ବର୍ଷରୁ ଉପଲବ୍ଧ ହେବ।

Amazon India କହିଛି ଯେ Amazon Alexaର ଟିମ୍ ଅମିତାଭ ବଚ୍ଚନଙ୍କ ସହ ମିଶି କାମ କରିବ ଯାହା ଦ୍ବାରା ତାଙ୍କ ଭଏସକୁ Alexa ପାଇଁ ଭଲ ଭାବେ କ୍ୟାପଚର୍ କରାଯାଇ ପାରିବ।

ଅମିତାଭ ବଚ୍ଚନଙ୍କ ଭୟେସରେ Alexaର ପପୁଲାର୍ ଭଏସ୍ କମାଣ୍ଡସ୍ ମିଳିବ। ଯେପରିକି ଜୋକ୍ସ,ଓ୍ବେଦର,ସାୟରୀ,ମୋଟିଭେସନାଲ୍ କୋଟସ୍ ଏବଂ ଆଡଭାଇସ୍ ଅମିତାଭ ବଚ୍ଚନଙ୍କ ଭଏସରେ ଉପଲବ୍ଧ ହେବ।

Alexa ଭଏସ୍ ଏକ୍ସପିରିଏନ୍ସ ପାଇଁ ଏହି ପାର୍ଟନରଶିପ୍ ଉପରେ ଅମିତାଭ ବଚ୍ଚନ କହିଛନ୍ତି ଯେ ସେ ଏହାକୁ ନେଇ ଉତ୍ସାହିତ ଅଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଭଏସ୍ ଟେକ୍ନୋଲୋଜି ଏପରି କିଛି ନିର୍ମାଣ କରିଛି ଯାହା ଦ୍ବାରା ଭଲ ଭାବେ ସେ ନିଜ ଅଡିଏନ୍ସ ଏବଂ ଓ୍ବେଲ୍ ଓ୍ବିଶରଙ୍କ ସହ ଏଙ୍ଗେଜ କରି ପାରିବେ।

ଅମିତାଭ ବଚ୍ଚନଙ୍କ କଣ୍ଠ ସେହି ସମସ୍ତ ଭାରତୀୟଙ୍କ ପାଇଁ ସ୍ମରଣୀୟ ଯେଉଁମାନେ ବଲିଉଡ ସହ ବଡ଼ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.