‘ବାହୁବଳି’ର ରାଜମାତାଙ୍କ ସହ ରୋମାନ୍ସ କରିବେ ଅମିତାଭ ବଚ୍ଚନ

Published By : Prameya-News7 Bureau | April 04, 2019 IST

ମୁମ୍ବାଇ ୪/୩: ଆପଣ ‘ବାହୁବଳି’ର ରାଜମାତାଙ୍କୁ ମନେ ରଖିଥିବେ। ଶିବଗାମୀ ଦେବୀଙ୍କ ଭୂମିକାରେ ରାମ୍ୟା କୃଷ୍ଣନ ସିନେମା ଇତିହାସରେ ସବୁଠୁ ସ୍ମରଣୀୟ ଭୂମିକାରେ ଅଭିନୟ କରିଥିଲେ। ଏବେ ରାମ୍ୟା କୃଷ୍ଣନ ଅମିତାଭ ବଚ୍ଚନଙ୍କ ସହ ରୋମାନ୍ସ କରିବେ। ଏ ଆର ମୁରୁଗାଦୋସଙ୍କ ପରବର୍ତ୍ତୀ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ରାମ୍ୟା ଦୀର୍ଘ ୨୦ବର୍ଷ ପରେ ରୋମାନ୍ସ କରିବାକୁ ଯାଉଛନ୍ତି।

{"id":100054,"width":594,"height":334}

ଏହା ପୂର୍ବରୁ ରାମ୍ୟା ,ଅମିତାଭଙ୍କ ସହ ‘ବଡ଼େ ମିଆଁ ଛୋଟେ ମିଆଁ’ରେ ରୋମାନ୍ସ କରି ସାରିଛନ୍ତି। ରାମ୍ୟା ଇଣ୍ଡଷ୍ଟ୍ରିକୁ ଆସିବାର ଦୀର୍ଘ ବର୍ଷ ହୋଇଗଲାଣି ଏବଂ ଏତେ ବର୍ଷରେ ତାଙ୍କ ଇମେଜ ମଧ୍ୟ ବଦଳି ଯାଇଛି। ଆରମ୍ଭରେ ରାମ୍ୟା ଇଣ୍ଡଷ୍ଟ୍ରିର ସବୁଠୁ ସେକ୍ସି ଏବଂ ହଟ୍ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ଯାଉଥିଲେ। ଏବଂ ସେ ବୋଲ୍ଡ ସିନ୍ ଦେବାକୁ ମଧ୍ୟ ପଛାଉନଥିଲେ।

{"id":100056,"width":591,"height":343}

ସେ ୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଚାହତ’ରେ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିଥିଲେ। ରାମ୍ୟା ଜଣେ ଏପରି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯିଏ ଟଲିଉଡ ସହ ବଲିଉଡରେ ମଧ୍ୟ ଜବରଦସ୍ତ ନାଁ କମାଇଛନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ,ରାମ୍ୟା କ୍ରିଷ୍ଣନ ଏବଂ ପୂଜା ଭଟ୍ଟ ଥିଲେ।

{"id":100060,"width":591,"height":431}

୧୯୯୩ରେ ରାମ୍ୟା ‘ପରମ୍ପରା’ରେ ବିନୋଦ ଖାନ୍ନାଙ୍କ ସହ କାମ କରିଥିଲେ। ଏହି ଫିଲ୍ମରେ ଉଭୟଙ୍କ ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା।

{"id":100061,"width":591,"height":443}

୧୯୯୭ମସିହାରେ ରାମ୍ୟା  ‘ଶପଥ’ ଫିଲ୍ମରେ ଜ୍ୟାକି ଶ୍ରଫଙ୍କ ସହ କାମ କରିଥିଲେ। ଏହି ଫିଲ୍ମରେ ମଧ୍ୟ ଉଭୟଙ୍କ ରୋମାନ୍ସ ଦେଖିବାକୁ ମିଳିଥିଲା। ଏବେ ରାମ୍ୟା​‌ ୨୦ବର୍ଷ ପରେ ଅମିତାଭଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦର୍ଶକ ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି।

{"id":100062,"width":593,"height":333}

ରାମ୍ୟା ଏବେ ଯାଏଁ ୨୦୦ଟି ଫିଲ୍ମରେ କାମ କରିସାରିଛନ୍ତି। କିନ୍ତୁ ‘ବାହୁବଳି’ରୁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଛି। ୧୩ବର୍ଷ ବୟସରୁ ରାମ୍ୟା ଫିଲ୍ମରେ କାମ କରୁଛନ୍ତି। ରାମ୍ୟାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଥିଲା ‘ଦୟାବାନ’। ଏହି ଫିଲ୍ମରେ ସେ ଜଣେ ଡ୍ୟାନ୍ସର ଭୂମିକାରେ ଅଭିନୟ କରିଥିଲେ। ବଲିଉଡରେ ସେ ବେଶୀ ନାଁ କମାଇ ପାରିନଥିଲେ ଯେତିକି ବୋଲ୍ଡ ଅନ୍ଦାଜ ପାଇଁ ସେ ଲୋକପ୍ରିୟ ହୋଇଛନ୍ତି।  

{"id":100064,"width":592,"height":444}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.