କ୍ରିତି ସାନନଙ୍କ ସହ ବଲ୍ ଡ୍ୟାନ୍ସ କଲେ ବିଗ୍ ବି, ଫଟୋ ସେୟାର କରି କହିଲେ-କଲେଜ ଦିନ ମନେ ପଡିଗଲା...

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦/୧୦: ‘କୌନ ବନେଗା କରୋଡପତି’ ସିଜନ ୧୩ ର ଏଥର ଶୁକ୍ରବାର ବହୁତ ଆକର୍ଷଣୀୟ ହେବାକୁ ଯାଉଛି। ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ତାଙ୍କ ଅତିଥି କ୍ରିତି ସାନନଙ୍କ ସହ ବଲ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିବ। ଯାହାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ଚମତ୍କାର ଏପିସୋଡର ଝଲକ ଦେଖାଇବା ପାଇଁ ବିଗ୍ ବି ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି।

{"width":630,"height":395}
PunjabKesari

କ୍ରିତି ସାନନଙ୍କ ସହ ଏକ ଫଟୋ ଶେୟାର କରି ବିଗ୍ ବି ଲେଖିଛନ୍ତି- ବଲରୁମ ଡ୍ୟାନ୍ସ ତାହା ପୁଣି ଲାଲ୍ ପୋଷାକରେ ଥିବା ଏହି ସୁନ୍ଦର ମହିଳାଙ୍କ ସହ, କ୍ରିତି ସାନନ। ୱାଃ। ମୋର କଲେଜ ଏବଂ କୋଲକାତା ଦିନ ମନେ ପଡିଗଲା। ଏହି ଫଟୋଗୁଡ଼ିକରେ ସେ ଦୁଇ ହାତ ଧରି ନାଚୁଥିବାର ନଜର ଆସିଛନ୍ତି। ଏହି ଶୋ’ର ଅଂଶ ହୋଇଥିବାରୁ କ୍ରିତି ସାନନ୍ ବହୁତ ଖୁସି ଅଛନ୍ତି।

{"width":629,"height":369}
PunjabKesari

ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଥିବା ଏହି ଫଟୋରେ ବିଗ୍ ବି ବ୍ଲୁ ସୁଟରେ ନଜର ଆସିଥିବା ବେଳେ, କ୍ରିତି ଏକ ଲାଲ୍ ଡ୍ରେସ୍‌ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। କ୍ରିତି ସାନନ୍ ଏବଂ ରାଜକୁମାର ରାଓ ସେମାନଙ୍କର ଆଗାମୀ ଫିଲ୍ମ 'ହମ୍ ଦୋ ହାମାରେ ଦୋ'ର ପ୍ରମୋସନ କରୁଛନ୍ତି। ଯେଉଁଥି ପାଇଁ ସେ କେବିସିରେ ମଧ୍ୟ ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.