ପ୍ରତାପଗଡ଼: ଉତ୍ତର ପ୍ରଦେଶ ପ୍ରତାପଗଡ଼ସ୍ଥିତ ପୈତୃକ ଗାଁ ବାବୁ ପଟ୍ଟି ଯିବା ଲାଗି ବଲିଉଡ୍ ବିଗ୍-ବି ଅମିତାଭ ବଚ୍ଚନ ଇଚ୍ଛାବ୍ୟକ୍ତ କରିଛନ୍ତି। ପରିବାର ସହ ଗାଁକୁ ଯାଇ ଭିଟାମାଟିକୁ ମୁଣ୍ଡିଆ ମାରିବା ପାଇଁ ତାଙ୍କ ମନରେ ଥିବା ଇଛା ସମ୍ପର୍କରେ ଅମିତାଭ ପ୍ରଥମ ଥର କହିଛନ୍ତି। କୌନ ବନେଗା କରୋଡପତି କାର୍ଯ୍ୟକ୍ରମ ଅବସରରେ ଆଜିକାଲି ତାଙ୍କ ପରିବାରରେ ପୈତୃକ ଗ୍ରାମ ବାବୁ ପଟ୍ଟିକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିବାର କହିଥିଲେ। ଏଣୁ ପିତୃପୁରୁଷ ସେମାନଙ୍କୁ ଗାଁରେ ଅପେକ୍ଷା କରିଥିବା କହିଛନ୍ତି ବିଗ-ବି।
{"id":348540,"sizeSlug":"large"}୭୭ ବର୍ଷ ବୟସ୍କ ଅମିତାଭ ତାଙ୍କ ଜନ୍ମରୁ ଏପର୍ଯ୍ୟନ୍ତ କେବେବି ଥରେ ହେଲେ ବାବୁପଟ୍ଟି ଗାଁକୁ ଯାଇ ନାହାନ୍ତି। ତେବେ ପ୍ରତାପଗଡର ବାବୁପଟ୍ଟି ତାଙ୍କ ପୈତୃକ ଗ୍ରାମ ବୋଲି ସେ ଜାଣିଛନ୍ତି। ଗାଁକୁ ଗଲେ ପିତୃପୁରୁଷଙ୍କ ଜନ୍ମମାଟିକୁ ସମ୍ମାନ କରିବା ତାଙ୍କର ଏକାନ୍ତ ଇଚ୍ଛା। ତେବେ ଖାଲି ଅମିତାଭ ପରିବାର ସହ ଗାଁ ବୁଲି ଫେରିଆସିବେନି। ସେଠାରେ କିଛି କଲ୍ୟାଣମୂଳକ କାର୍ଯ୍ୟକ୍ରମ ମଧ୍ୟ କରିବାକୁ ଚାହାନ୍ତି।
{"id":348542,"width":577,"height":432,"sizeSlug":"large"}ଅମିତାଭ ଗାଁରେ ଏକ ବାଳିକା ବିଦ୍ୟାଳ ସ୍ଥାପନା ଲାଗି ଆଗ୍ରହୀ ବୋଲି କହିଛନ୍ତି। ଏହା ଛଡା କିଛି ସାମାଜ ସେବା କାର୍ଯ୍ୟ ମଧ୍ୟ କରିବେ। ଅମିତାଭ କେବେ ପୈତୃକ ଗ୍ରାମକୁ ଯାଇ ନାହାନ୍ତି ହେଲେ ତାଙ୍କ ପତ୍ନୀ ଜୟା ଭାଦୁରୀ ୨୦୦୬ ମସିହାରେ ଥରେ ଏହି ଗାଁ ପରିଦର୍ଶନ କରିଫେରିଛନ୍ତି। ସେତେବେଳେ ଗାଁର ବୋହୂ ଭଳି ଜୟା ଚୌରାରେ ମୁଣ୍ଡିଆ ମାରିବା ସହ ଶ୍ୱଶୂରଙ୍କ ସମ୍ମାନରେ ସ୍ଥାପିତ ଲାଇବ୍ରେରୀର ଉଦଘାଟନ କରିଥିଲେ।
{"id":348543,"width":576,"height":383,"sizeSlug":"large"}ସେତେବେଳେ ଜୟା ଗାଁରେ ମହିଳାଙ୍କ ଡିଗ୍ରି କଲେଜ ଖୋଲିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରୁ ବଚ୍ଚନ ପରିବାର ଗାଁରେ ବାଳିକା ବିଦ୍ୟାଳୟ ସ୍ଥାପନା ସହ ମହିଳାଙ୍କ ଡିଗ୍ରି କଲେଜ ଲାଗି ୧୪ ବର୍ଷ ପୂର୍ବେ ଦେଇଥିବା ପ୍ରତିଶ୍ରୁତି ହୁଏତ ପୁରଣ କରିପାରନ୍ତି ବୋଲି ଏବେ ଆଶା କରାଯାଉଛି। ତେବେ କେବିସିରେ ଅମିତାଭ ତାଙ୍କ ଇଚ୍ଛା ଖୋଲାଖୋଲି ଘୋଷଣା କରିବା ପରେ ଗାଁରେ ଲୋକଙ୍କ ମଧ୍ୟ ଉତ୍ସାହ ଖେଳିଯାଇଛି। ଏବେ ଗାଁ ଲୋକେ କେବଳ ବଚ୍ଚନ ପରିବାରଙ୍କ ଗ୍ରାମ ଆଗମନ ଦିନ ଘୋଷଣାକୁ ଅପେକ୍ଷା କରିଛନ୍ତି ।