Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କରୋନା ଭାଇରସକୁ ଡିଲିଟ୍ କରିବା ପାଇଁ ଅମିତାଭ କଲେ ଟ୍ୱିଟ୍ : ମଜାଦାର ଉପାୟ ବତାଇଲେ ଲୋକେ

30/03/2020 at 6:09 PM

ମୁମ୍ବାଇ ୩୦/୩: କରୋନା ଭାଇରସ୍ ଯୋଗୁଁ ପୂରା ଭାରତରେ ଅପ୍ରେଲ୍ ୧୪ତାରିଖ ଯାଏଁ ଲକଡାଉନ୍ କରାଯାଇଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଖାସ୍ ଲୋକଙ୍କୁ ଭାରତ ସରକାର ଅନୁରୋଧ କରିଛନ୍ତି ଯେ ସମସ୍ତେ ଘରେ ରୁହନ୍ତୁ ଏବଂ କରୋନା ଭାଇରସକୁ ହରାଇବାରେ ସହଯୋଗ କରନ୍ତୁ। ଭାରତରେ ଲଗାତାର ବଢ଼ୁଥିବା ମାମଲା ଏବେ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଗଲାଣି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏବେ ଘରେ ବନ୍ଦୀ ଅଛନ୍ତି ଏବଂ ସୋସିଆଲ ମିଡିଆରେ ନିଜ ଫ୍ୟାନଙ୍କୁ ଏହି ପରାମର୍ଶ ଦେଉଛନ୍ତି। ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଚିନ୍ତାରେ ଅଛନ୍ତି ଏବଂ ୨୦୨୦ମସିହାକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି।

ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି। ଲୋକଙ୍କୁ ଘରେ ରହିବାକୁ ଏବଂ ନ ଡରିବାକୁ ପରାମର୍ଶ ଦେଉଥିବା ବିଗ୍ ବି ଟ୍ବିଟରରେ ଟ୍ବିଟ୍ କରି ଲୋକଙ୍କୁ ଏକ ପ୍ରଶ୍ନ କରିଛନ୍ତି। ବିଗ୍ ବି ଫଟୋ ସେୟାର କରି ଲେଖିଛନ୍ତି,‘ ଆମେ କ’ଣ ୨୦୨୦ମସିହାକୁ ଡିଲିଟ୍ କରି ପୁଣି ଥରେ ଇନଷ୍ଟଲ୍ କରିପାରିବା? ଏଥିରେ ଭାଇରସ୍ ରହିଛି।’ ଅମିତାଭଙ୍କ ଏହି ପୋଷ୍ଟରେ ଲୋକେ ଲଗାତାର ନିଜର ପ୍ରତିକ୍ରିୟା ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ଆମେ ଯଦି ଏହା କରିପାରନ୍ତେ କିନ୍ତୁ ଆମର ବିଶ୍ୱାସ ରହିଛି ଯେ ଭଲ ଦିନ ପୁଣି ଆସିବ, ଯଦି ଲୋକେ ଏହି ବିପଦରୁ କିଛି ଶିଖିବେ। ଆଉ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ଏହା ସମ୍ଭବ କି? ସେ ଅମିତାଭଙ୍କୁ ପଚାରିଛନ୍ତି, ବଚ୍ଚନ ଜୀ ଆପଣ ଶିବ ପୁରାଣର ଲେଖାକୁ କିପରି ଲିଭାଇ ପାରିବେ? ଆଉ ଜଣେ ୟୁଜର ଲେଖିଛନ୍ତି ଅମିତ ସାର୍, ଆମେ ଆପଣଙ୍କ ଓରିଜନ୍ ପୋଷ୍ଟକୁ ମିସ୍ କରୁଛୁ,ଆପଣ ହ୍ୱାଟସଆପର ମ୍ୟାସେଜକୁ କାହିଁକି ବାରମ୍ବାର ପୋଷ୍ଟ କରୁଛନ୍ତି? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଏହାକୁ ଡିଲିଟ୍ କରିବାର ଆବଶ୍ୟକତା ନାହିଁ ଆମେ ଆଣ୍ଟିଭାଇରସ୍ ଖୋଜୁଛୁ।

   Related Posts