ଅମିତାଭ ବଚ୍ଚନ ହସ୍ପିଟାଲରୁ ଫେରିବା ପରେ ବୋହୂଙ୍କୁ ନେଇ କଲେ ଏମିତି ଟ୍ବିଇଟ୍…
19/10/2019 at 6:33 PM

ମୁମ୍ବାଇ୧୯|୧୦: ବଲିଉଡ୍ର ବିଗ୍ ବି ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍ ରହିଥାନ୍ତି। ସୁସ୍ଥ ହୋଇ ଏବେ ନାନାବତୀ ହସ୍ପିଟାଲରୁ ଫେରିବା ସମୟରେ ଅମିତାଭ ବଚ୍ଚନ ବେଶ ସକ୍ରିୟ ଲାଗୁଥିଲେ। ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ପତ୍ନୀ ଜୟା ବଚ୍ଚନ ଥିଲେ। ଅଧିକାଂଶ ସମୟରେ ଅମିତାଭ ନିଜର ମତ ଟ୍ବିଇଟ୍ର ପେଜ୍ରେ ରଖିଥାନ୍ତି। ନିକଟରେ ଅମିତାଭ ବଚ୍ଚନ ବୋହୂଙ୍କ ସଂପର୍କରେ ଟ୍ବିଇଟ୍ କରିଛନ୍ତି।
ମହିଳାଙ୍କୁ ନେଇ ଚାଲିଥିବା ମଦଭେଦ ଉପରେ ବଲିଉଡ୍ର ବାଦଶାହା ଅମିତାଭ ଟ୍ବିଟ୍ କରିଛନ୍ତି। ସେ ଲେଖିଛନ୍ତି ‘ଲୋକମାନେ ସବୁବେଳେ କହିଥାନ୍ତି ୟେ ଆମ ଘରର ବୋହୂ’, ‘କାହିଁକି କୁହନ୍ତି ନାହିଁ ୟେ ଆମ ବୋହୂର ଘର’। ତାଙ୍କୁ ଏବେ ଟିକେ ଆରାମ ଲାଗୁଥିବା କଥା ଅମିତାଭ ଏହି ବ୍ଲଗ୍ରେ ଲେଖିଛନ୍ତି।

ବିଗ୍ ବି ଆହୁରି ମଧ୍ୟ କହିଛନ୍ତି ଅଧିକାଂଶ ସମୟରେ ସେ କାର୍ଯ୍ୟରେ ବ୍ୟସ୍ତରେ ରହୁଛନ୍ତି। ତେଣୁ ଚମକଦାର ସୂର୍ଯ୍ୟ ଉଦୟ ଓ ଅସ୍ତ ସେ ଦେଖି ପାରନ୍ତି ନାହିଁ। ଷ୍ଟୁଡିଓ, କାର ଓ ଘରେ ତାଙ୍କ ଜୀବନ ବିତିଯାଉଥିବା କଥା ସେ କହିଛନ୍ତି। ନାରୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଆବଶ୍ୟକ ପୂରଣ କରିବା ଉଚିତ୍ ବୋଲି ଅମିତାଭ ଶେଷରେ କହିଛନ୍ତି।