Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
  • ||
  • ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା
  • ||
  • ଭୁବନେଶ୍ବରରୁ ଦିନକରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୧ ସୁସ୍ଥ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୦୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୮୯ ଡିସଚାର୍ଜ
  • ||
  • ପେଗାସସ ତାଲିକାରେ ଇଡି ଅଫିସର, ବିଏସଏଫର ପୂର୍ବତନ ଡିଜି ଓ କେଜ୍ରିଓ୍ଵାଲଙ୍କ ସହଯୋଗୀଙ୍କ ନାମ
  • ||
  • ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !
  • ||
  • ପୁରୀ : ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ
  • ||
  • ସାଲେପୁର : ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ, ବିବାହ ପାଇଁ କହିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲେ ଯୁବକ !
  • ||
  • ସାଲେପୁର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦମ୍ପତ୍ତି ଗୁରୁତର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ଜଳସ୍ତର ୬୦୯.୯୩ ଫୁଟ
  • ||

ନିଜ ବ୍ଲଗରେ ମୁଣ୍ଡ ନୁଆଇଁ ନିଜର ନିକଟତର ବନ୍ଧୁ ତଥା ଦିବଂଗତ ନେତା ଅମର ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଗ୍ ବି

2/08/2020 at 2:35 PM

ମୁମ୍ବାଇ ୦୨/୦୮ : କରୋନାରେ ସଂକ୍ରମିତ ମହାନାୟକ ଅମିତାଭ ବଚ୍ଚନ ନିଜ ବ୍ଲଗ ଜରିଆରେ ନିଜର ଆତ୍ମୀୟ ବନ୍ଧୁ ଓ ରାଜ୍ୟସଭା ସଦସ୍ୟ ଅମର ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ଅମର ସିଂହଙ୍କ ସହିତ ସେ ନିଜର ବନ୍ଧୁତ୍ୱକୁ ବି ମନେପକାଇଛନ୍ତି | ସିଙ୍ଗାପୁରର ଏକ ଘରୋଇ ହସ୍ପିଟାଲରେ ଶନିବାର ଦିନ ଅମର ସିଂହଙ୍କ ନିଧନ ହୋଇଛି | ୬୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି | ୨୦୧୧ ମସିହାରେ ଅମର ସିଂହଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା ଏବଂ ବହୁ ଦିନ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା | ଗତ କିଛି ମାସ ହେଲା ସିଙ୍ଗାପୁର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା |

ଅମିତାଭ ବଚ୍ଚନ ଓ ଅମର ସିଂହଙ୍କ ବନ୍ଧୁତ୍ୱ ପାଖାପାଖି ଦୁଇ ଦଶକରୁ ଅଧିକ ପୁରୁଣା | ବିଗ ବି ନିଜ ବ୍ଲଗରେ ମୁଣ୍ଡ ନୁଆଇଁ ବ୍ଲାକ ଆଣ୍ଡ ହ୍ୱାଇଟ ଫଟୋ ସେୟାର କରି ଲେଖିଛନ୍ତି,’ଶୋକରେ ବୁଡି, ମୁଣ୍ଡ ନୁଆଇଁ, କେବଳ ପ୍ରାର୍ଥନା ଅଛି, ଜୀବନ, ଅଗାଢ ସମ୍ପର୍କ ଓ ଆତ୍ମା ଆଉ ନାହିଁ |’ ଯେତେବେଳେ ଅମିତାଭ ବଚ୍ଚନଙ୍କ ପ୍ରଡକ୍ସନ ହାଉସ ବଚ୍ଚନ କର୍ପୋରେସନ ଲିମିଟେଡ଼ ଦେବାଳିଆ ହେବାକୁ ବସିଥିଲା ସେତେବେଳେ ଅମର ସିଂହ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ସେବେଠାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା ବୋଲି କୁହାଯାଏ | 

ଜୟା ବଚ୍ଚନଙ୍କୁ ରାଜନୀତିକୁ ଆଣିବାର ଶ୍ରେୟ ମଧ୍ୟ ଅମର ସିଂହକୁ ଯାଉଛି | ୨୦୦୪ ମସିହାରେ ସମାଜବାଦୀ ପାର୍ଟି ତରଫରୁ ଜୟା ରାଜ୍ୟସଭା ସଦସ୍ୟ ହୋଇଥିଲେ | କିନ୍ତୁ ପରେ ଅମିତାଭ ଓ ଅମର ସିଂହଙ୍କ ସମ୍ପର୍କ ଖଟା ହୋଇଯାଇଥିଲା | କାରଣ ଅମର ସିଂହଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଥିଲା କିନ୍ତୁ ଜୟା ଦଳରେ ରହିବାକୁ ନିଷ୍ପତ୍ତି ନେଇଥିଲେ |

ଚଳିତ ବର୍ଷ ଫେବୃଆରୀ ମାସରେ ଅମର ସିଂହ ବଚ୍ଚନ ପରିବାର ସହ ମତଭେଦ ଦୂର କରି ଏକ ଟ୍ୱିଟ କରି ଲେଖିଥିଲେ,’ଆଜି ମୋର ପିତାଙ୍କ ପୂଣ୍ୟତିଥୀ ଓ ବଚ୍ଚନ ପରିବାର ତରଫରୁ ସନ୍ଦେଶ ମିଳିଛି | ଜୀବନର ଏହି ସମୟରେ ଯେତେବେଳେ ମୁଁ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି | ଈଶ୍ୱର ସମସ୍ତଙ୍କୁ ଭଲରେ ରଖନ୍ତୁ |’

   Related Posts