Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଫିଲ୍ମ ‘ଶରାବି’ ରେ ପରଫେକ୍ଟ ସିନ୍ ପାଇଁ ଅମିତାଭ ଦେଇଥିଲେ ୪୫ଟି ରିଟେକ୍, ନିର୍ଦ୍ଦେଶକ କଲେ ଖୁଲାସା

6/11/2021 at 12:38 PM

ନୂଆଦିଲ୍ଲୀ ୦୬/୧୧: ଅମିତାଭ ବଚ୍ଚନ ଇଣ୍ଡଷ୍ଟ୍ରିକୁ ଅନେକ ମହାନ ଫିଲ୍ମ ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ ‘ଶରାବି’। ଏହି ଫିଲ୍ମରେ ଗୀତ, ସଂଳାପ କିମ୍ବା ଅମିତାଭଙ୍କ ଅଭିନୟ, ସବୁକିଛି ଚମତ୍କାର ଥିଲା। ଯେତେବେଳେ ଏହି ଫିଲ୍ମରେ ଅମିତାଭ ‘ଦେ ଦେ ପ୍ୟାର ଦେ’ ଗାଇଥିଲେ, ସେତେବେଳେ ଝିଅମାନଙ୍କ ତାଙ୍କର ଦିବାନୀ ହୋଇଯାଇଥିଲେ। ସେ ସମୟରେ ପୁଅମାନେ ପ୍ରାୟତଃ ପ୍ରପୋଜ୍ କରିବା ପାଇଁ ଏହି ଗୀତ ଗାଉଥିଲେ। ଏହି ଫିଲ୍ମ ସହିତ ଜଡିତ ଆଉ କିଛି ମଜାଳିଆ କାହାଣୀ ବି ରହିଛି।

Amitabh Bachchan's Sharabi completes 32 years | अमिताभ बच्चन की 'शराबी' के  32 साल पूरे - Amitabh bachchans sharabi completes years - Latest News &  Updates in Hindi at India.com Hindi

ପ୍ରକାଶ ମେହେରା ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଜଞ୍ଜୀର’ ହିଟ୍ ହେବା ପରେ ନିର୍ଦ୍ଦେଶକ ପୁଣିଥରେ ‘ଶାରାବି’ ଫିଲ୍ମରେ ବିଗ୍ ବିଙ୍କ ସହ କାମ କରିଥିଲେ। ଉଭୟଙ୍କ ଜୁଗଲବନ୍ଦିରେ ‘ଶରାବି’ ଷଷ୍ଠ ଫିଲ୍ମ ଥିଲା। ଏହି ଫିଲ୍ମରେ ଅମିତାଭ ଜଣେ ଧନୀ ବାପାର ପୁଅ ହୋଇଥିଲେ, ପ୍ରଣ ତାଙ୍କ ବାପା ହୋଇଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶରାବିର ଏକ ସିନ୍ ସୁଟିଂ କରିବାକୁ ଅମିତାଭ ବଚ୍ଚନଙ୍କୁ ପ୍ରାୟ ୪୫ ଥର ରିଟେକ ଦେବାକୁ ପଡିଥିଲା। ୨ ଘଣ୍ଟାର ପରିଶ୍ରମ ପରେ ଏହି ସିନ୍ ଫାଇନାଲ୍ ହୋଇଥିଲା। ଏହି ସିନରେ ପ୍ରାଣ ନିଜ ପୁଅକୁ ଏକ ପାର୍ଟୀରେ ଅତିଥିଙ୍କ ସହ ପରିଚିତ କରାଇଥିଲେ। ଯେତେବେଳେ ପ୍ରାଣ ଅମିତାଙ୍କୁ ଜଣେ ମଦ୍ୟପ ବ୍ୟକ୍ତିଙ୍କ ସହିତ ପରିଚିତ କରାଇଥିଲେ, ସେ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହି ସିନର ସୁଟିଂରେ ଅମିତାଭ ଏବଂ ମଦ୍ୟପ ବ୍ୟକ୍ତିଙ୍କ ସ୍ୱର ମେଳ ହୋଇପାରୁ ନଥିଲା। ବିଭିନ୍ନ ସ୍ୱର ବାରମ୍ବାର ଆସୁଥିଲା। ସଠିକ୍ ମ୍ୟାଚ୍ ପାଇବାକୁ ବାରମ୍ବାର ରିଟେକ୍ କରିବାକୁ ପଡିଥିଲା।

Sharaabi Movie Best Scene | Amitabh Bachchan | Sharaabi Movie | Sharaabhi  Comedy Scene - YouTube

‘ଶରାବି’ ପାଇଁ ସଂଗୀତ ବାପି ଲହିରି ପ୍ରଦାନ କରିଥିଲେ। ଗୀତଗୁଡ଼ିକ ଅଞ୍ଜାନ ଲେଖିଥିଲେ। ‘ଶାରାବି’ର ସଫଳତାରେ ଗୀତଗୁଡ଼ିକର ବଡ଼ ହାତ ରହିଛି। ‘ମୁଝେ ନୌଲଖା ମଙ୍ଗା ଦେ ରେ, ଓ ସଇୟାଁ ଦିୱାନେ’, ‘ଦେ ଦେ ପ୍ୟାର୍ ଦେ’, ‘ଜହାଁ ଚାର ୟାର୍ ମିଲ୍ ଜାଏ’, ‘ଇନ୍ତହା ହୋ ଗୟି ଇନ୍ତଜାର କି’ ଭଳି ସୁପର ହିଟ୍ ଗୀତର କୌଣସି ତୁଳନା ନାହିଁ। ଏହି ଫିଲ୍ମ ପାଇଁ ବାପି ଶ୍ରେଷ୍ଠ ସଂଗୀତଜ୍ଞ ପୁରସ୍କାର ଲାଭ କରିଥିଲେ। ପ୍ରକାଶ ମେହେରଙ୍କ ଏହି ଫିଲ୍ମ ସେହି ବର୍ଷର ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ସମେତ ମୋଟ ୯ ଟି ନାମାଙ୍କନ ପାଇଥିଲା।

   Related Posts