Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପାନ ମସଲା ବିଜ୍ଞାପନ କରିବାରୁ ଟ୍ରୋଲ କଲେ ପ୍ରଶଂସକ, ଟ୍ଵିଟ୍ କରି ଏମିତି ଜବାବ ଦେଲେ ବିଗ୍ ବି

17/09/2021 at 11:15 PM

ନୂଆଦିଲ୍ଲୀ ୧୭।୦୯: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ଚାହୁଁଥିବା ଏବଂ  ଭଲ ପାଉଥିବା ଲୋକଙ୍କ ସଂଖ୍ୟା ଦେଶରେ ଅଗଣି। ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସବୁଠୁ ପ୍ରଭାବଶାଳୀ ଅଭିନେତାଙ୍କ ମଧ୍ୟରୁ ଜଣେ। ଏହି କାରଣରୁ ଅନେକ ବ୍ରାଣ୍ଡ ଅମିତାଭ ବଚ୍ଚନଙ୍କ ଜରିଆରେ ନିଜ ଉତ୍ପାଦର ପ୍ରଚାର କରିଥାନ୍ତି। ବଡ ବଡ ବ୍ରାଣ୍ଡର ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଥାଏ। ନିକଟରେ ଅମିତାଭଙ୍କୁ ପାନ ମସାଲାର ଏକ ବିଜ୍ଞାପନରେ ଦେଖିବାକୁ ମିଳିଛି। ତାଙ୍କ ସହ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଏହି ବିଜ୍ଞାପନକୁ ନେଇ ଅମିତାଭଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲର ସାମ୍ନା କରିବାକୁ ପଡିଛି। ଅମିତାଭ ବଚ୍ଚନ ଟ୍ଵିଟ୍ କରି ଲେଖିଥିଲେ ଯେ, ‘ଗୋଟିଏ ଘଡି କିଣି ହାତରେ କଣ ପିନ୍ଧି ଦେଲି, ସମୟ ମୋ ପଛରେ ହିଁ ପଡିଗଲା’।

ଅମିତାଭଙ୍କ ଏହି ପୋଷ୍ଟ ଉପରେ ସାମାଜିକ ଗଣମାଧ୍ୟମ ୟୁଜର୍ସ ଖୁବ୍ କମେଣ୍ଟ କରିଛନ୍ତି। ଜଣେ ୟୁଜର ଟ୍ଵିଟ୍‌ କରି ପଚାରିଥିବା ପ୍ରଶ୍ନରେ ବିଗ୍ ବି ନିଜକୁ ଅସହଜ ମଣିଛନ୍ତି। ବିଗ୍ ବିଙ୍କ ଟ୍ଵିଟ୍‌ ଉପରେ ଜଣେ ୟୁଜର ପ୍ରଶ୍ନ କରିଛନ୍ତି ଯେ, ପ୍ରଣାମ ସାର, କେବଳ ଗୋଟିଏ କଥା ପଚାରିବାର ଥିଲା ଆପଣଙ୍କୁ… ଆପଣଙ୍କୁ କମଲା ପସନ୍ଦ ପାନ ମସଲାର ବିଜ୍ଞାପନ କରିବା କଣ ଦରକାର ଅଛି ? ପୁଣି କଣ ଫରକ ଆପଣଙ୍କ ଏବଂ କୁଜି ଅଭିନେତାଙ୍କ ମଧ୍ୟରେ।

ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଲେ ଅମିତାଭ

ଅମିତାଭ ବଡ ବିନମ୍ରତାର ସହ ନିଜର ପ୍ରଶଂସକଙ୍କୁ ମଧ୍ୟ ଉତ୍ତର ଦେଇଛନ୍ତି। ମାନ୍ୟବର ମୁଁ ଆପଣଙ୍କର କ୍ଷମା ପ୍ରାର୍ଥୀ, କୌଣସି ବ୍ୟବସାୟରେ ଯଦି କାହାରି ମଙ୍ଗଳ ହେଉଛି, ତେବେ ଏହା ଚିନ୍ତା କରିବା ଉଚିତ୍ ନୁହେଁ  ଯେ, ଆମେ ସଂସ୍ଥା ସହ କଣ ପାଇଁ ଜଡିତ ଅଛୁ। ହଁ ଯଦି ବ୍ୟବସାୟ କଥା, ତେବେ ସେଥିରେ ମଧ୍ୟ ଆପଣଙ୍କୁ ବ୍ୟବସାୟ ବିଷୟରେ ଚିନ୍ତା କରିବାକୁ ପଡିବ। ଏବେ ଆପଣଙ୍କୁ ଲାଗୁଛି ଯେ, ମୋତେ ଏହା କରିବା ଉଚିତ୍ ନଥିଲା। କିନ୍ତୁ ଏହା କଲେ ମୋତେ ଧନରାଶି ମିଳୁଛି। କିନ୍ତୁ ଆମ ଉଦ୍ୟୋଗରେ ବହୁତ ଲୋକ କାମ କରୁଛନ୍ତି। ସେମାନେ ମଧ୍ୟ ଆମର କର୍ମଚାରୀ। ସେମାନଙ୍କୁ କାମ ମିଳେ ଏବଂ ଅର୍ଥ ମିଳେ। ମାନ୍ୟବର କୁଜି ଶବ୍ଦ ଆପଣଙ୍କୁ ଶୋଭା ଦେଉ ନାହିଁ ଏବଂ ନା ଆମ ଉଦ୍ୟୋଗର ଅନ୍ୟ କଳାକାରଙ୍କ ପ୍ରତି ଏମିତି ଶବ୍ଦ ଶୋଭା ପାଉଛି। ଆଦରର ସହିତ ଆପଣଙ୍କୁ ନମସ୍କାର।

   Related Posts