କେବିସି ଗ୍ରାଣ୍ଡ୍ ଫାଇନାଲ ଥିମ୍ ଦେଶଭକ୍ତି-'ଭାରତୀୟ ସେନାକୁ ସଲାମ': କାରଗିଲ୍ ଯୁଦ୍ଧ ହିରୋଙ୍କୁ ସ୍ୱାଗତ କରିବେ ବିଗ୍ ବି

Published By : Prameya-News7 Bureau | January 16, 2021 IST

ମୁମ୍ବାଇ ୧୬/୦୧ : 'କୌନ ବନେଗା କାରୋଡ଼ପତି' ସିଜନ-୧୨ର ସୁଟିଂ ପୁରା ହୋଇଯାଇଛି। ଖୁବ ଶୀଘ୍ର ଶୋ' ଶେଷ ହେବାକୁ ଯାଉଛି। ଶୋ' ନିର୍ମାତା ସିଜନର ଶେଷ ଏପିସୋଡକୁ ଦେଶଭକ୍ତି ହିସାବରେ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜାନୁଆରୀ ୧୫, ସେନା ଦିବସ ଅବସରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଏପିସୋଡ ସୁତ କରାଯାଇଥିଲା। ଗ୍ରାଣ୍ଡ ଫାଇନାଲ୍ ଏପିସୋଡରେ ଅମିତାଭ ବଚ୍ଚନ କାରଗିଲ ଯୋଦ୍ଧା ସୁବେଦାର ମେଜର ଯୋଗେନ୍ଦ୍ର ସିଂହ ଯାଦବ ଓ ସୁବେଦାର ସଂଜେ ସିଂହଙ୍କୁ ସ୍ୱାଗତ କରିବେ। ଏହା ପୂର୍ବରୁ ଶୋ'ରେ ମିଲିଟାରୀ ବ୍ୟାଣ୍ଡ ପରଫର୍ମ ହେବ। ସୋନି ଟିଭି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ 'କୌନ ବନେଗା କାରୋଡ଼ପତି' ଶୋ'ର ଗ୍ରାଣ୍ଡ ଫାଇନାଲର ଟିଜର ସେୟାର କରିଛି। ଏଥିରେ ସେନା କର୍ମଚାରୀ ଷ୍ଟୁଡିଓରେ ପରେଡ ସହ ପରଫର୍ମ କରୁଥିବା ନଜର ଆସିଛନ୍ତି।

ଏହି ଭିଡିଓ ସେୟାର କରି ସୋନି ଟିଭି କ୍ୟାପ୍ସନ ଦେଇଛି, "ଆମେ ଏହି ମଞ୍ଚରୁ ଭାରତୀୟ ସେନାକୁ ସଲାମ ଜଣାଉଛୁ"

https://www.instagram.com/tv/CKENW4PHY-E/?utm_source=ig_embed

ସୋନି ଟିଭି ଆଉ ଏକ ପୋଷ୍ଟ ସେୟାର କରିଛି ଯେଉଁଥିରେ ପ୍ରତିଯୋଗୀ କିରଣ ବାଜପେୟୀଙ୍କ ସମ୍ପର୍କରେ କୁହାଯାଇଛି। ଏହି କ୍ଲିପିରେ କିରଣ ୧ କୋଟି ପ୍ରଶ୍ନ ପାଇଁ ଖେଳୁଥିବା ନଜର ଆସିଛନ୍ତି। ତେବେ ଦେଖିବା ବାକି ରହିଲା ସେ ଗୋଟିଏ କୋଟି ପ୍ରଶ୍ନର ଜବାବ ଦେଇ ପାରୁଛନ୍ତି ନା ନାହିଁ।

ଏହି ସିଜନରେ ୧ କୋଟି ଜିତିଥିବା ସମସ୍ତ ପ୍ରତିଯୋଗୀ ମହିଳା। ନାଜିଆ ନାସିମ, ମୋହିତା ଶର୍ମା, ଅନୁପା ଦାସ, ନେହା ଶାହ ଗୋଟିଏ କୋଟି ଟଙ୍କା ଜିତିଛନ୍ତି। ଏବେ ସୁଦ୍ଧା କୌଣସି ପ୍ରତିଯୋଗୀ ୭ କୋଟି ଜ୍ୟାକପଟ ଜିତି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.