ସୋନୁଙ୍କ ପରେ ପ୍ରବାସୀ ଶ୍ରମିକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନାୟକ ଅମିତାଭ୍ : ଆରମ୍ଭ କଲେ ବସ୍ ସେବା

Published By : Prameya-News7 Bureau | May 29, 2020 IST

ମୁମ୍ବାଇ ୨୯/୦୫ : ସାରା ଦେଶ ବର୍ତ୍ତମାନ କରୋନା ସଙ୍କଟ ଦେଇଗତି କରୁଛି | ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ ଜାରି ରହିଛି | ଏଭଳି ସ୍ଥିତିରେ ପ୍ରବାସୀ ଶ୍ରମିକ କାମ ନ ପାଇ ପଲାୟ କରୁଛନ୍ତି | ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକ ଚାଲି ଚାଲି ନିଜ ନିଜ ଭିଟାମାଟିକୁ ଫେରି ଯାଉଛନ୍ତି | ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ସରକାର ଶ୍ରମିକ ସ୍ପେଶାଲ ଟ୍ରେନ ବ୍ୟବସ୍ଥା କରିଛନ୍ତି | ତଥାପି ଅନେକ ପ୍ରବାସୀ ଶ୍ରମିକ ଶହ ଶହ, ହଜାର ହଜାର କିଲୋମିଟର ଚାଲି ଚାଲି ପଳାୟନ କରୁଛନ୍ତି | ଶ୍ରମିକଙ୍କ ଦୁଃଖ ଦେଖି ନ ପାରି ତାଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଅଭିନେତା ସୋନୁ ସୁଦ ଆଗେଇ ଆସିଛନ୍ତି | ସେ ନିଜ ଖର୍ଚ୍ଚରେ ବସ ଭଡା କରି ମୁମ୍ବାଇରେ ଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘରକୁ ପଠାଉଛନ୍ତି | ପ୍ରବାସୀଙ୍କ ସହାୟତା ପାଇଁ ସେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି | ସୋନୁଙ୍କ ଏହି ମହାନତା ପାଇଁ ସାରା ଦେଶବାସୀ ତାଙ୍କୁ ପ୍ରଶଂସା କରୁଛନ୍ତି | ଏହି କ୍ରମରେ ବର୍ତ୍ତମାନ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଯୋଡି ହୋଇଯାଇଛନ୍ତି | 

{"id":277957,"width":582,"height":326,"sizeSlug":"large"}

ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୦ଟି ବସ ବ୍ୟବସ୍ଥା କରିଛନ୍ତି | ଏହି ବସ ଯୋଗେ ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ସେମାନଙ୍କ ଅଞ୍ଚଳକୁ ପଠାଯିବ | ଅମିତାଭ ବଚ୍ଚନ ଏହି ପ୍ରବାସୀଙ୍କୁ ରାସନ, ସାନିଟାଇଜର, ଚପଲ ଯୋଗାଇଦେବେ ବୋଲି ଶୁଣିବାକୁ ମିଳିଛି |

{"id":277962,"sizeSlug":"large"}

ଅମିତାଭଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବସ ସର୍ଭିସ ପାଇଁ ଏକ ଟିମ କାମ କରୁଛି | ଟିମ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ପ୍ୟାକେଟ, ପାଣି ବୋତଲ, ଚପଲ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଉଛି | ତାଙ୍କ ଟିମ ଜରିଆରେ ହଜାରେ ପ୍ରବାସୀଙ୍କୁ ସାହାଯ୍ୟ କରାଯାଉଛି | ତାଛଡା କରୋନା ସଂକ୍ରମଣକୁ ନେଇ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରାଯାଉଛି |

{"id":277964,"width":580,"height":336,"sizeSlug":"large"}

ଏହା ମଧ୍ୟରେ ସାମାଜିକ ଦୂରତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି | ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବସରେ ଅଧା ଯାତ୍ରୀ ଯାତ୍ରା କରୁଛନ୍ତି | ରିପୋର୍ଟ ଅନୁଯାୟୀ, ୫୨ ସିଟର ବସରେ ୨୫ ଯାତ୍ରୀଙ୍କୁ ଯିବାକୁ ଦିଆଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.