Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବିଗ୍ ବି-ବିଗ୍ ରେକର୍ଡ: FIAF ଆୱାର୍ଡ ପାଇବାରେ ଅମିତାଭ ବଚ୍ଚନ ପ୍ରଥମ ଭାରତୀୟ

10/03/2021 at 2:16 PM

ନୂଆଦିଲ୍ଲୀ ୧୦/୦୩: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ତାଙ୍କର ଦୀର୍ଘ ଫିଲ୍ମ କ୍ୟାରିୟରରେ ଅନେକ ଆୱାର୍ଡ ପ୍ରଦାନ କରାଯାଇଛି । ଏବେ ସେ ପୁଣି ଥରେ ଆଉ ଏକ ସଫଳତା ପାଇବାକୁ ଯାଉଛନ୍ତି । ବିଗ୍ ବି ୧୯ ମାର୍ଚ୍ଚରେ ଆୟୋଜିତ ହେବାକୁ ଥିବା ଏକ ଭର୍ଚୁଆଲ୍ ଶୋ’ରେ ଇଣ୍ଟରନେସନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ (FIAF) ଦ୍ୱାରା ପ୍ରତିଷ୍ଠିତ ୨୦୨୧ FIAF ଆୱାର୍ଡରେ ସମ୍ମାନିତ ହେବେ । ତାଙ୍କୁ ଏହି ଆୱାର୍ଡରେ ଇଣ୍ଟରନେସନାଲ୍ ଡାଇରେକ୍ଟର କ୍ରିସ୍ଟୋଫର ନୋଲନ୍ ଏବଂ ମାର୍ଟିନ୍ ସ୍କୋର୍ସେସ୍ ସମ୍ମାନିତ କରିବେ ।

Amitabh Bachchan shares misinformation again, claims coronavirus spreads  through flies- The New Indian Express

ଅମିତାଭ ବଚ୍ଚନଙ୍କୁ FIAF ସହ ଜଡିତ ଫିଲ୍ମ ଫାଉଣ୍ଡେସନ୍ ନୋମିନେଟ୍ କରିଥିଲା ଯାହାର ସ୍ଥାପନା  ଫିଲ୍ମ ନିର୍ମାତା ଏବଂ ଆର୍କିଭିଷ୍ଟ ଶିବେନ୍ଦ୍ର ସିଂ ଡୁଙ୍ଗରପୁର କରିଥିଲେ । ୧୯ ମାର୍ଚ୍ଚରେ ଏକ ଭର୍ଚୁଆଲ୍ ଇଭେଣ୍ଟ ଆୟୋଜିତ କରାଯାଇ ଆମିତାଭ ବଚ୍ଚନଙ୍କୁ ଏହି ଆୱାର୍ଡ ଦିଆଯିବ । ଅମିତାଭଙ୍କୁ ଏହି ଆୱାର୍ଡ ୱାର୍ଲଡ୍ ଫିଲ୍ମ ହେରିଟେଜ୍ ର ସଂରକ୍ଷଣରେ ତାଙ୍କର ସମର୍ପଣ ଏବଂ ଯୋଗଦାନ ପାଇଁ ଦିଆଯିବ । ଅମିତାଭ ଏହି ଆୱାର୍ଡକୁ ପାଇବାକୁ ଥିବା ପ୍ରଥମ ଭାରତୀୟ ହେବେ ।

Amitabh Bachchan tests positive for COVID-19; admitted at Mumbai's Nanavati  Hospital

ଏହା ପୂର୍ବରୁ ୨୦୦୧ରେ ମାର୍ଟିନ୍ ସ୍କୋର୍ସେସ୍, ୨୦୦୩ ରେ ଇଂଗମାର ବର୍ଗମ୍ୟାନ୍,ଏବଂ ୨୦୧୭ ରେ କ୍ରିସ୍ଟୋଫର ନୋଲନ୍ ଙ୍କୁ ଏହି ଆୱାର୍ଡ ମିଳିସାରିଛି । ବିଗ୍ ବି ଙ୍କୁ ଏହି ଆୱାର୍ଡ ବ୍ୟତୀତ ‘ପୀକୁ’, ‘ପା’, ‘ବ୍ଲାକ୍’, ଏବଂ ‘ଅଗ୍ନିପଥ’ ପାଇଁ ନେସନାଲ୍ ଆୱାର୍ଡ, ୧୫ ଫିଲ୍ମ ଫେୟାର ଆୱାର୍ଡସ୍, ୪ ଆଇଫା ଆୱାର୍ଡସ୍, ପଦ୍ମ ଶ୍ରୀ, ଏବଂ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଛି ।

   Related Posts