୨୧ ବର୍ଷର ଯାତ୍ରା କହି ଭାବୁକ ହେଲେ ବିଗ୍ ବି, କହିଲେ-‘ବାଧ୍ୟ ହୋଇ ଶୋ’ କୁ ହୋଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲି’

Published By : Prameya-News7 Bureau | December 04, 2021 IST

ମୁମ୍ବାଇ ୦୪/୧୨: କେବିସି ୧୩ ର ୧୦୦୦ ତମ ଏପିସୋଡ୍ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଅମିତାଭ କହୁଛନ୍ତି ସେ ୨୧ ବର୍ଷ ପୂର୍ବେ କାହିଁକି ଏହି ଶୋ’ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଗ୍ ବି ତାଙ୍କ ଯାତ୍ରାକୁ ମନେ ପକାଇ କାନ୍ଦିଛନ୍ତି। ଏଥି ସହିତ ଜୟା ବଚ୍ଚନ ମଧ୍ୟ ଭିଡିଓ କନଫରେନ୍ସରେ ଇମୋସନାଲ୍ ହୋଇଯାଇଛନ୍ତି। ଏହି ଶୋ’ରେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ନାତୁଣୀ ନବ୍ୟା ନଭେଲି ନନ୍ଦା ଅତିଥି ଭାବରେ ଯୋଗ ଦେଇଛନ୍ତି।

କେବିସିର ୧୦୦୦ ତମ ଏପିସୋଡର ଏକ ପ୍ରୋମୋରେ ଅମିତାଭ ବଚ୍ଚନ ଇମୋସନାଲ୍ ହୋଇଥିବାର ଦେଖାଯାଇଛି । ଏଥିରେ, ବିଗ୍ ବି କହିଛନ୍ତି ୨୧ ବର୍ଷ ପୂର୍ବେ ସେ ଏହି ଶୋ’କୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଥିଲେ। ଭିଡିଓ କ୍ଲିପ୍ ରେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ତାଙ୍କୁ ପଚାରୁଛନ୍ତି, କୁଇଜ୍ ଶୋ’ ୧୦୦୦ ଏପିସୋଡ୍ ସମାପ୍ତ କରିଛି, ଆପଣ କିପରି ଅନୁଭବ କରୁଛନ୍ତି?

wp:html
/wp:html

ଏହା ଉପରେ ଅମିତାଭ କହିଛନ୍ତି, ‘ଏହାକୁ ୨୧ ବର୍ଷ ହୋଇସାରିଛି। ୨୦୦୦ ମସିହାରେ ଏହା ଆରମ୍ଭ ହୋଇଥିଲା। ସମସ୍ତେ କହୁଥିଲେ ଯେ ଆପଣ ଫିଲ୍ମରୁ ଟେଲିଭିଜନକୁ ଯାଉଛନ୍ତି । ବଡ ପରଦାରୁ ଛୋଟ ପରଦାକୁ ଆସିବେ, ଆପଣଙ୍କ ଇମେଜ ଖରାପ ହେବ, ମୋର କୌଣସି ଆଇଡିଆ ନଥିଲା। ସେ ସମୟରେ ମୋର ପରିସ୍ଥିତି ଏପରି ଥିଲା, ଫିଲ୍ମରେ ମୋତେ କାମ ମିଳୁନଥିଲା, କିନ୍ତୁ ପ୍ରଥମ ପ୍ରସାରଣ ପରେ ଯେପରି ରାୟାକ୍ସନ୍ ହେଲା, ସେତେବେଳେ ଲାଗିଲା ଯେ ସମଗ୍ର ଦୁନିଆ ବଦଳିଗଲା ।’

ଅମିତାଭ ବଚ୍ଚନ କହିଛନ୍ତି, ମୋତେ ସବୁଠାରୁ ଏହା ଭଲଲାଗିଲା ଯେ ଆମର ଯେତେ ପ୍ରତିଯୋଗୀ ଆସିଛନ୍ତି ସେମାନଙ୍କ ପାଖରୁ ପ୍ରତିଦିନ କିଛି ନୂଆ କଥା ଶିଖିବାକୁ ମିଳିଛି। ଏହାପରେ ୨୦୦୦ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଦେଖାଯାଇଥିଲା ଏବଂ ଏହା ସମାପ୍ତ ହେବା ମାତ୍ରେ ଅମିତାଭ ବଚ୍ଚନ ଇମୋସନାଲ୍ ହୋଇ କାନ୍ଦିବାକୁ ଲାଗିଲେ। ଏହି ସମୟରେ ଜୟା ବଚ୍ଚନ ମଧ୍ୟ ବହୁତ ଇମୋସନାଲ୍ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.