Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଦୀର୍ଘ ବର୍ଷ ପରେ ଶତ୍ରୃଘ୍ନ ସିହ୍ନାଙ୍କ ଗାଡ଼ିକୁ ଧକ୍କା ମାରିବାର ରାଜ୍ ଖୋଲିଲେ ଅମିତାଭ ବଚ୍ଚନ : ପଢ଼ନ୍ତୁ ପ୍ରକୃତ କାରଣ କ’ଣ?

28/04/2020 at 1:12 PM

ମୁମ୍ବାଇ ୨୮/୪: ଅମିତାଭ ବଚ୍ଚନ ଏବଂ ଶତ୍ରୃଘ୍ନ ସିହ୍ନା ବଲିଉଡର ଦୁଇ ଜଣ ଦିଗ୍ଗଜ ଅଭିନେତା। ଉଭୟେ ଦିନେ ସୁପରଷ୍ଟାର ଥିଲେ। ଦୁଇ ଷ୍ଟାର ଫିଲ୍ମରେ ଏକାଠି କାମ କରିଥିଲେ। ପ୍ରୋଫେସନାଲ୍ ଲାଇଫ ବ୍ୟତୀତ ପର୍ସନାଲ୍ ଲାଇଫରେ ମଧ୍ୟ ଦୁହେଁ ପରସ୍ପରର ଭଲ ବନ୍ଧୁ। ଦୁହେଁ ପରସ୍ପରକୁ ବହୁତ ଭଲ ଭାବେ ଜାଣନ୍ତି ଏବଂ ଏହି କାରଣରୁ ତାଙ୍କ ପାଖରେ ପରସ୍ପର ମଧ୍ୟରେ ଘଟିଥିବା ଅନେକ କାହାଣୀ ରହିଛି। ଏପରି ଏକ ଘଟଣା ହେଉଛି ଯେତେବେଳେ ଅମିତାଭ ଶତ୍ରୃଘ୍ନଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ।

ଏକ ଶୋରେ ଅମିତାଭ ବଚ୍ଚନ ଏହି ଘଟଣା ବିଷୟରେ କହିଥିଲେ। ସେ କହିଥିଲେ ଯେ ସେହି ସମୟରେ କେବଳ ଶତ୍ରୃଘ୍ନ ସିହ୍ନାଙ୍କ ପାଖରେ ଗାଡ଼ି ଥିଲା। କିନ୍ତୁ ସେହି ଗାଡ଼ିଟି ଭଙ୍ଗା ଥିଲା। ଯେତେବେଳେ ସେମାନେ ଫିଲ୍ମ ଦେଖିବାକୁ ଯାଉଥିଲେ ଅଧା ରାସ୍ତାରେ ଗାଡ଼ି ଖରାପ ହୋଇଯାଉଥିଲା। ଏପରି ପରିସ୍ଥିତିରେ ଶତ୍ରୃଘ୍ନ କହୁଥିଲେ ଗାଡ଼ିକୁ ଧକ୍କା ଦେବାକୁ ଏବଂ ଶତ୍ରୃଘ୍ନଙ୍କୁ ଛାଡ଼ି ସମସ୍ତେ ବାହାରେ ଓହ୍ଲାଇ ଗାଡ଼ିକୁ ଧକ୍କା ମାରୁଥିଲେ।

ଶୋ ରେ ଅମିତାଭ ଶତ୍ରୃଘ୍ନଙ୍କ ଡେରିରେ ଆସିବା କଥା ମଧ୍ୟ କହିଥିଲେ।  ସେ କହିଥିଲେ ଯେ ଯେତେବେଳେ ଦୁହେଁ ସେଟକୁ କୌଣସି ଫିଲ୍ମ ସୁଟିଂ ପାଇଁ ଯାଉଥିଲେ ସେତେବେଳେ ଶତ୍ରୃଘ୍ନ ସବୁବେଳେ ବିଳମ୍ବରେ ଆସୁଥିଲେ। ସନ୍ଧ୍ୟାରେ ସୁଟିଂ ଥିଲେ ଅମିତାଭ ୭ଟାରେ ପହଞ୍ଚି ଯାଉଥିଲେ କିନ୍ତୁ ଶତ୍ରୃଘ୍ନ ୧୧ଟାରେ ଆସୁଥିଲେ। ସେ ଆସିବା ପରେ ସୁଟିଂ ଆରମ୍ଭ ହେଉଥିଲା। ଏୟାରପୋର୍ଟରେ ମଧ୍ୟ ସେ ପ୍ଲେନ୍ ଧରିବାରେ ବିଳମ୍ବ କରୁଥିଲେ। ଫ୍ଲାଇଟ୍ ଆନାଉନ୍ସମେଣ୍ଟ ପରେ କେହି ତାଙ୍କୁ ଫ୍ଲାଇଟ୍ ଟେକ୍ ଅଫ୍ କରୁଥିବା କହିଲେ ସେ ଯାଉଥିଲେ।

ଅମିତାଭ ଏବଂ ଶତ୍ରୃଘ୍ନ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ଦୁହେଁ ବମ୍ବେ ଟୁ ଗୋଆ,ପରଓ୍ବାନା,ଦୋସ୍ତାନା,ୟାର ମେରି ଜିନ୍ଦଗୀ,ନସିବ,କାଲା ପତ୍ଥର,ରାସ୍ତେ କା ପତ୍ଥରରେ ଏକାଠି ନଜର ଆସିଥିଲେ। ନସିବ,କାଲା ପତ୍ଥର ଏବଂ ଦୋସ୍ତାନା ତାଙ୍କ ସୁପରହିଟ୍ ଫିଲ୍ମରେ ଗଣାଯାଏ। ତାଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ଚମତ୍କାର ଥିଲା। ଆଜି ବି ଏହି ଦୁଇ ଷ୍ଟାର ଭଲ ବନ୍ଧୁ ଅଟନ୍ତି।

   Related Posts