ସିନେମା ସିଟରେ ନୁହେଁ ତଳେ ବସି ‘ଶୋଲେ’ ଦେଖିଥିଲେ ଅମିତାଭ ବଚ୍ଚନ : ଜାଣନ୍ତୁ କାହା ସହିତ?

Published By : Prameya-News7 Bureau | April 18, 2020 IST

ମୁମ୍ବାଇ ୧୮/୪: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରାୟତଃ ସବୁ ଫିଲ୍ମ ହିଟ୍ ରହିଛି। କିନ୍ତୁ ୧୯୭୫ମସିହାରେ ରିଲିଜ ହୋଇଥିବା ଫିଲ୍ମ ଶୋଲେର ଭିନ୍ନ ସ୍ଥାନ ରହିଛି। ଏହି ଫିଲ୍ମର ପ୍ରିମିୟରର ଏକ ପୁରୁଣା ଫଟୋ ଅମିତାଭ ସେୟାର କରିଛନ୍ତି। ଏହା ସହିତ ସେ ପୁରୁଣା ସ୍ମୃତିକୁ ମଧ୍ୟ ପୁଣି ଥରେ ତାଜା କରିଛନ୍ତି।

wp:core-embed/instagram {"url":"https://www.instagram.com/p/B_FB5eVhctd/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_FB5eVhctd/?utm_source=ig_embed
/wp:core-embed/instagram

ଅମିତାଭ ଇନଷ୍ଟାଗ୍ରାମରେ ଏକ ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋ ମିନର୍ଭାରେ ହୋଇଥିବା ଫିଲ୍ମ ଶୋଲେର ପ୍ରିମିୟର। ଯେଉଁଥିରେ ଅମିତାଭଙ୍କ ମାଆ,ବାପା ଏବଂ ପତ୍ନୀ ଜୟା ଉପସ୍ଥିତ ଅଛନ୍ତି। ଅମିତାଭ ଫଟୋ ବ୍ୟତୀତ ଆଉ ଏକ ଖାସ୍ କଥା ବିଷୟରେ କହିଛନ୍ତି- ଯେଉଁଥିରେ ସେ ବିନୋଦ ଖାନ୍ନାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି।

{"id":255971,"sizeSlug":"large"}

ଅମିତାଭ ଅଧିକାଂଶ ସମୟରେ ନିଜ ପୁରୁଣା ଫଟୋ ସେୟାର କରିଥାନ୍ତି କିନ୍ତୁ ଶୋଲେ କଥା କିଛି ଭିନ୍ନ। ଏହି ପୁରୁଣା ଫଟୋରେ ସେ ପରିବାର ସହିତ ନଜର ଆସୁଛନ୍ତି କିନ୍ତୁ ଲୋକଙ୍କ ଧ୍ୟାନ ଶୋଲେ ଆଡ଼େ ରହିଥିଲା। ଅମିତାଭ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଟ୍ବିଟରରେ ନିଜ କବିତା ଏବଂ ଫଟୋ ସେୟାର କରିଥାନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.