ବିବାହ ବାର୍ଷିକୀରେ ଜୟାଙ୍କ ସହ ଖାସ ଫଟୋ ସେୟାର କଲେ ବିଗ୍ ବି: ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ ଲେଖିଲେ ଏମିତି

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩/୦୬: ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ୪୮ ତମ ବିବାହ ବାର୍ଷିକୀ ଅବସରରେ ତାଙ୍କ ବିବାହର କିଛି ବିଶେଷ ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡିକରେ ଅମିତାଭ-ଜୟା ବିବାହ କରୁଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ବିଗ୍ ବି ତାଙ୍କ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

wp:html
/wp:html

ଜୟା ବଚ୍ଚନଙ୍କ ସହ ଏକ ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି, "ଜୁନ୍ ୩, ୧୯୭୩ ... ଆମ ବିବାହ ବାର୍ଷିକୀରେ ଆମକୁ ଅଭିନନ୍ଦନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ"। ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ବେଶ ସକ୍ରିୟ । ସେ ତାଙ୍କ ଜୀବନ ସହିତ ଜଡିତ ଛୋଟ ଛୋଟ ଜିନିଷକୁ ଲୋକଙ୍କ ସହ ସେୟାର କରିଥାନ୍ତି । ବର୍ତ୍ତମାନ ତାଙ୍କର ଏହି ନୂଆ ପୋଷ୍ଟରେ ଫ୍ୟାନ୍ସମାନେ ନିଜର ପ୍ରେମ ବ୍ୟକ୍ତ କରିଛନ୍ତି । ଲୋକମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

wp:html
/wp:html

ଜୟା ଏବଂ ଅମିତାଭ ପ୍ରଥମ ଥର ପାଇଁ ଫିଲ୍ମ 'ବଂସୀ ବିରଜୁ'ରେ ଏକାଠି କାମ କରିଥିଲେ। ଏହା ପରେ ଦୁହେଁ ଏକାଠି 'ଜଞ୍ଜୀର', 'ଅଭିମାନ', 'ଚୁପକେ ଚୁପକେ', 'ମିଲି', 'ଶୋଲେ' ଏବଂ 'କଭି ଖୁସି କଭୀ ଗମ' ଭଳି ଫିଲ୍ମରେ ଏକାଠି କାମ କରିଥିଲେ। ଆଜି ଉଭୟ ଅମିତାଭ ଏବଂ ଜୟା ବିବାହିତ ଲୋକଙ୍କ ପାଇଁ ଏକ ଆଦର୍ଶ ଦମ୍ପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.