Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଅମିତାଭଙ୍କ ଘରେ କରୋନାର ବାହକ ବାଦୁଡ଼ି : ଜାଣନ୍ତୁ କିଭଳି କଲେ ଏହାର ମୁକାବିଲା

26/04/2020 at 10:59 AM

ମୁମ୍ବାଇ ୨୬/୪: ମହାନାୟକ ଅମିତାଭ ବଚ୍ଚନ ବିଶ୍ବରେ ବ୍ୟାପିଥିବା କରୋନା ଭାଇରସର ଭୟାବହ ପରିସ୍ଥିତି ମଧ୍ୟରେ ଏକ ବ୍ରେକିଂ ନ୍ୟୁଜ୍ ସେୟାର କରିଛନ୍ତି। ସେ ଶନିବାର ରାତିରେ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ କହିଥିଲେ ଯେ ଏକ ବାଦୁଡ଼ି ତାଙ୍କ ଘରେ ପଶି ଆସିଥିଲା।

 ଅମିତାଭ ବଚ୍ଚନ ଲେଖିଛନ୍ତି ଯେ,‘ ବ୍ରେକିଂ ନ୍ୟୁଜ୍,ଏବେକାର ଖବର,ଏକ ବାଦୁଡ଼ି ଏବେ ତାଙ୍କ ଘରର ତୃତୀୟ ଫ୍ଲୋରରେ ଆସିଯାଇଛି। ଏହି ସ୍ଥାନରେ ସେମାନେ ବସନ୍ତି।’ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହା ଆଗରୁ କେବେ ଦେଖିବାକୁ ମିଳିନଥିଲା। ତାଙ୍କ ଘର ହିଁ ମିଳିଥିଲା ବାଦୁଡ଼ିକୁ କରୋନା ତ ପିଛା ଛାଡ଼ୁନାହିଁ। ଉଡ଼ି ଉଡ଼ି ଆସୁଛି,ବଦମାସ୍।

ବଳିଉଡ ଷ୍ଟାରଙ୍କ ଏହି ପୋଷ୍ଟକୁ ସେୟାର କରିବା ପରେ ତାଙ୍କ ଫ୍ୟାନ୍ସ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି। ଫ୍ୟାନ୍ସମାନେ ତାଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି। ଅମିତାଭ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରେ କିଛି ଘଣ୍ଟା ମଧ୍ୟରେ ୨ଲକ୍ଷରୁ ଅଧିକ ଲାଇକ୍ସ ମିଳିଛି। ଏହା ବ୍ୟତୀତ ୨୦ହଜାରରୁ ଅଧିକ ୟୁଜର୍ସ କମେଣ୍ଟ ଦେଇଛନ୍ତି।

 ଚୀନର ଉହାନରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଯୋଗୁଁ ପୂରା ବିଶ୍ବ ଚିନ୍ତିତ। ସୂଚନା ମିଳିଥିଲା ଯେ ଉହାନରେ ଗୋଟିଏ ବାଦୁଡ଼ିଯୋଗୁଁ ମଣିଷଠାରେ କରୋନା ଭାଇରସ୍ ଆସିଥିଲା। ଏହା ପରେ ସମଗ୍ର ବିଶ୍ବରେ ଏହି ସଂକ୍ରମଣ ବ୍ୟାପି ଯାଇଥିଲା।  

   Related Posts