ମଡେଲିଂ ଦିନକୁ ମିସ୍ କରୁଛନ୍ତି ବିଗ୍ ବି, ଫଟୋ ସେୟାର କରି କହିଲେ, ଏହି ଦିନକୁ ଫେରିବା...

Published By : Prameya-News7 Bureau | October 02, 2021 IST

ମୁମ୍ବାଇ ୦୨/୧୦: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବେଶ ସକ୍ରିୟ। ନିକଟରେ ସେ ପ୍ରଶଂସକଙ୍କ ସହ ତାଙ୍କ ମଡେଲିଂର କିଛି ପୁରୁଣା ଫଟୋ ସେୟାର କରିଛନ୍ତି। ଏହି ଫଟୋଗୁଡିକ ତାଙ୍କ ୧୯୭୦ ଏବଂ ୧୯୮୦ ଦଶକର ଫଟୋସୁଟରୁ ଆସିଛି। ପ୍ରଶଂସକ ବିଗ୍ ବିଙ୍କର ଏହି ଫଟୋଗୁଡିକୁ ବହୁତ ପସନ୍ଦ କରୁଛନ୍ତି।

wp:html
/wp:html

ଅମିତାଭ ଏହି ଫଟୋଗୁଡିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଅମିତାଭ ବହୁତ ଷ୍ଟାଇଲିସ୍ ଶୈଳୀରେ ପୋଜ୍ ଦେଇଥିବା ନଜର ଆସିଛନ୍ତି। ଫଟୋ ସେୟାର କରି ବିଗ୍ ବି କ୍ୟାପସନରେ ଲେଖିଛନ୍ତି, 'ଏଭଳି ଦିନକୁ ଫେରିବା ବହୁତ ଭଲ ହେବ।

ଏହା ପୂର୍ବରୁ, ସେପ୍ଟେମ୍ବର ୨୭ ରେ, ବିଗ୍ ବି ତାଙ୍କ ଫଟୋଗୁଡ଼ିକର ଏକ କୋଲାଜ୍ ସେୟାର କରିଥିଲେ। ତାଙ୍କର ଏହି ପୋଷ୍ଟକୁ ପ୍ରଶଂସକ ବହୁତ ପସନ୍ଦ କରିଥିଲେ ଏବଂ ଏଥିରେ ଲକ୍ଷ ଲକ୍ଷ ଲାଇକ୍ ଆଉ କମେଣ୍ଟ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.